ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ! ଏଣିକି ପିଏଚଡି ଓ ଏମଫିଲରେ ଆଡମିସନ ପାଇଁ ଆଉ ଦେବାକୁ ପଡିବନି ସାକ୍ଷାତକାର ।

108

ୟୁନିଭରସିଟି ଗ୍ରାଣ୍ଟ କମିସନ୍ (ୟୁଜିସି) ନୂଆ ନିୟମ ଜାରି କରିଛି। ନୂଆ ନିୟମ ଲାଗୁ ହେବା ପରେ ଛାତ୍ରଛାତ୍ରୀମାନଙ୍କୁ ପିଏଚଡି ଓ ଏମଫିଲରେ ନାମଲେଖାଇବା ପାଇଁ ସାକ୍ଷାତକାର ଦେବାକୁ ପଡ଼ିବ ନାହିଁ। ପୂର୍ବରୁ ପିଏଚଡି ଓ ଏମଫିଲ୍ କୋର୍ସ ପାଇଁ ଲିଖିତ ପରୀକ୍ଷା ଓ ସାକ୍ଷାତକାରରେ ପାସ କରିବା ପରେ ନାମ ଲେଖାଇବାକୁ ସୁଯୋଗ ମିଳୁଥିଲା। କିନ୍ତୁ ୟୁଜିସି ଏହି ନିୟମରେ ପରିବର୍ତ୍ତନ ଆଣିଛି।

ବର୍ଷ ୨୦୧୬ରେ ୟୁଜିସିର ନିୟମ ଅନୁସାରେ ପିଏଚଡି ଅଥବା ଏମଫିଲରେ ନାମଲେଖାଇବା ପାଇଁ ୭୦ ପ୍ରତିଶତ ଅଙ୍କ ଲିଖିତ ପରୀକ୍ଷା ଓ ୩୦ ପ୍ରତିଶତ ଅଙ୍କ ସାକ୍ଷାତକାରରୁ ନିଆଯାଉଥିଲା। କିନ୍ତୁ ଏଣିକି ଆଉ ଏହି ସାକ୍ଷାତକାର ହେବ ନାହିଁ। ସାକ୍ଷାତକାରକୁ ବାହାର କରି ଦିଆଯିବା ପରେ ନାମଲେଖା ପ୍ରକ୍ରିୟା ଲିଖିତ ପରୀକ୍ଷା ଆଧାରରେ ହେବ।

ୟୁଜିସି ଅନୁସୂଚିତ ଜାତି/ଅନୁସୂଚିତ ଜନଜାତି/ଅନ୍ୟାନ୍ୟ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ୫ ପ୍ରତିଶତ ମାର୍କ ରିହାତି ଦେଇଛି। ଏଥି ସହିତ ପିଏଚଡି ଓ ଏମଫିଲ୍ ବିଷୟରେ ନାମ ଲେଖାଇବାକୁ ହେଲେ ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କୁ ୫୦ ପ୍ରତିଶତ ନମ୍ବର ଆଣିବାକୁ ପଡ଼ିବ।