ଭାରତରେ ଏମିତି ବି ହୁଏ ଫଟୋ ଉଠା ! ଗୋଟିଏ ପରଫେକ୍ଟ ଫଟୋ ପାଇଁ ଗଛରେ ଓଲଟା ଝୁଲିଲେ ଫଟୋଗ୍ରାଫର, ଇଣ୍ଟରନେଟରେ ଭାଇରାଲ ହେଲା ଭିଡ଼ିଓ

50

ଏକ ସୁନ୍ଦର ଫଟୋ ପଛରେ ସର୍ବଦା ଜଣେ ପ୍ରଫେସନାଲ ଫଟୋଗ୍ରାଫରଙ୍କ ଭୂମିକା ରହିଥାଏ । କିନ୍ତୁ ବେଳେବେଳେ ସୁନ୍ଦର ଫଟୋ କ୍ଲିକ୍ କରିବା ପାଇଁ ଫଟୋଗ୍ରାଫରଙ୍କୁ ନାକେଦମ ହେବାକୁ ପଡିଥାଏ । ଅନେକ କସରତ ପରେ ହିଁ ଗୋଟିଏ ସୁନ୍ଦର ଫଟୋ ଉଠାଇବାକୁ ସକ୍ଷମ ହୋଇଥାନ୍ତି ଫଟୋଗ୍ରାଫର । କିନ୍ତୁ ଆପଣ ଦେଖୁଥିବା ସୁନ୍ଦର ଫଟୋ ଉଠାଇବାକୁ ଫଟୋଗ୍ରାଫରଙ୍କୁ କେତେ କଷ୍ଟ କରିବାକୁ ପଡିଥାଏ ତାହା ଅଧିକାଂଶ ଲୋକ ଜାଣନ୍ତି ନାହିଁ । କିନ୍ତୁ ଏବେ ଇଣ୍ଟରନେଟରେ ଏକ ଭିଡ଼ିଓ ଭାଇରାଲ ହେଉଛି । ଯେଉଁଥିରେ ଏକ ପରଫେକ୍ଟ ଫଟୋ ନେବା ପାଇଁ ଫଟୋଗ୍ରାଫର କେଉଁ ସ୍ତରକୁ ଯାଇପାରନ୍ତି ତାହା ସାମ୍ନାକୁ ଆସିଛି ।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡ଼ିଓରେ ଫଟୋଗ୍ରାଫର ଜଣକ ବାହାଘର ପାଇଁ ବର-କନ୍ୟାଙ୍କର ଫଟୋସୁଟ୍ କରୁଥିବାର ନଜରକୁ ଆସିଛନ୍ତି । କିନ୍ତୁ ବର-କନ୍ୟାଙ୍କର ପରଫେକ୍ଟ ଫଟୋ ପାଇଁ ଫଟୋଗ୍ରାଫର ଜଣକ ଯେଉଁ କଷ୍ଟ କରିଛନ୍ତି ତାହା ବେଶ ପ୍ରଂଶସାଯୋଗ୍ୟ । ଭିଡ଼ିଓରେ ଦେଖାଯାଉଛି ଯେ, ବର-କନ୍ୟାଙ୍କର ପରଫେକ୍ଟ ଫଟୋ ପାଇଁ ଫଟୋଗ୍ରାଫର ଜଣକ ଗଛରେ ଚଢିଥିଲେ । ଏହାସହ ଗଛରେ ଓଲଟା ଓହଳି ବର-କନ୍ୟାଙ୍କର ଫଟୋ କ୍ଲିକ କରିଥିଲେ । ଫଟୋଗ୍ରାଫର ଜଣକ ଗଛରୁ ଓହ୍ଳାଇବା ପାଇଁ କ୍ୟାମେରାକୁ ବର ହାତରେ ଦେଇଥିଲେ । ଆଉ ଏହାପରେ ନିଜ ଷ୍ଟାଇଲରେ ଗଛରୁ ଓହ୍ଳାଇଥିଲେ ।

ଫଟୋଗ୍ରାଫରଙ୍କ ଏହି ଅନ୍ଦାଜ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଫଟୋଗ୍ରାଫରଙ୍କୁ ଏଥିପାଇଁ ଢେର ପ୍ରଂଶସା କରାଯାଉଛି । ଏପରିକି ତାଙ୍କୁ ଫଟୋଗ୍ରାଫର ଅଫ୍ ଦ ଇୟର ଭାବେ ଘୋଷଣା କରିବାକୁ କିଛି ଲୋକ କହିଛନ୍ତି ।