ବିବାଦରେ ସିନେମା ‘ଜଲି ଏଲଏଲବି ୨’! ନିର୍ମାତାଙ୍କୁ ବାଟା କମ୍ପାନୀର ଲିଗାଲ୍ ନୋଟିସ୍

45

ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କ ଆଗାମୀ ସିନେମା ‘ଜଲି ଏଲଏଲବି ୨’ କୋର୍ଟର କାହାଣୀ ଉପରେ ଆଧାରିତ । କିନ୍ତୁ ଏହି ସିନେମା ଏବେ ଆଇନର ଜାଲରେ ପଡିଯାଇଛି । ବ୍ରାଣ୍ଡ ନାମରେ ମଜାକ ଉଡାଇଥିବା ନେଇ ସିନେମାର ନିର୍ମାତାଙ୍କୁ ଲିଗାଲ୍ ନୋଟିସ ପଠାଇଛି ଚପଲ କମ୍ପାନୀ ବାଟା । କାରଣ ସିନେମାର ଏକ ଦୃଶ୍ୟରେ ଦେଖିବାକୁ ମିଳିଛି ଅନୁ କପୁର ଅକ୍ଷୟ କୁମାରଙ୍କୁ କହୁଛନ୍ତି ‘ବାଟାର ଯୋତା ଓ ଟେରିକଟର ସାର୍ଟ ପିନ୍ଧି ମୋ ସହ ଯୁକ୍ତି କରୁଛୁ’ ।

ନୋଟିସରେ ବାଟା ସମ୍ପର୍କିତ ଡାଇଲଗକୁ ଅନଲାଇନ ଓ ଥିଏଟରରୁ ହଟାଇବା ପାଇଁ ଦାବି କରିଛି କମ୍ପାନୀ । ଏହାସହ ବାଟା କମ୍ପାନୀର ବିନା ଅନୁମତିରେ ତାହାର ବ୍ରାଣ୍ଡ ନାଁ ଓ ଟ୍ରେଡମାର୍କ ବ୍ୟବହାର କରିଥିବାରୁ ଲିଖିତ ଆକାରରେ କ୍ଷମା ମାଗନ୍ତୁ ବୋଲି ମଧ୍ୟ ବୋଲି କହିଛି କମ୍ପାନୀ । ଏଇ ନୋଟିସ ସିନେମାର ପ୍ରଯୋଜକ, ନିର୍ଦ୍ଦେଶକ, ଅଭିନେତା ଅକ୍ଷୟ କୁମାର ଓ ଅନୁ କପୁରଙ୍କୁ ପଠା ଯାଇଛି । ‘ଜଲି ଏଲଏଲବି ୨’ ଆସନ୍ତା ବର୍ଷ ଫେବୃୟାରୀ ୧୦ରେ ରିଲିଜ ହେବ ବୋଲି ଜଣାପଡିଛି ।

ଦେଖନ୍ତୁ ଏହି ଭିଡିଓ :