ମୁମ୍ବାଇ ସିଏସଟି ଷ୍ଟେସନ ଠାରେ ଭୁଶୁଡ଼ିଲା ଫୁଟ୍ ଓଭରବ୍ରିଜ୍ । ୨ ମୃତ ଓ ୨୦ରୁ ଉଦ୍ଧ୍ୱର୍ ଆହତ ହୋଇଥିବା ସୂଚନା, ଉଦ୍ଧାରକାର୍ଯ୍ୟ ଜାରି ।

217

କନକ ବ୍ୟୁରା: ଭୁଷୁଡ଼ିଲା ଫୁଟ୍ ଓଭରବ୍ରିଜ୍ । ମୁମ୍ବାଇ ମହାନଗରୀ ଛତ୍ରପୁର ସିବାଜୀ ଟର୍ମିନସ୍ ଷ୍ଟେସନ ଠାରେ ଫୁଟ ଓଭରବ୍ରଜ୍ ଭୁଷୁଡ଼ି ପଡ଼ିଥିବା ସୂଚନା ମିଳିଛି । ଏହି ଫୁଟ ଓଭରବ୍ରିଜ୍ ସିଏସଏମଟି ପ୍ଲାଟଫର୍ମ ୧ ଉତ୍ତରକୁ ଲାଗି ରହିଥିବା ବି,ଟି ଲେନ୍ କୁ ଲାଗି ରହିଥିବା ଫୁଟବ୍ରିଜ୍ ଭୁଷୁଡ଼ି ପଡ଼ିଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ ୨ ଜଣ ମହିଳାଙ୍କ ମୃତ୍ୟୁ ଏବଂ ୨୦ରୁ ଉଦ୍ଧ୍ୱର୍ ଯାତ୍ରୀମାନେ ଆହତ ହୋଇଥିବା ସୂଚନା ମିଳିଛି ।

ସେହିପରି ଆହତଙ୍କୁ ଚକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ଫୁଟ ଓଭରବ୍ରିଜ୍ କାହିଁକି ଭୁଷୁଡ଼ି ପଡ଼ିଲା ତାହାର କାରଣ ଅସ୍ପପଷ୍ଟ ରହିଛି । ଘଟଣା ସ୍ଥଳରେ ଉଦ୍ଧାରକାରୀ ଦଳ ଏବଂ ବରିଷ୍ଠ ଅଧିକାରୀମାନେ ପହଞ୍ଚିଛନ୍ତି ।