ପ୍ରାତଃଭୋଜନରେ କ’ଣ କ’ଣ ଖାଇବା ଅନୁଚିତ୍ . . . .ଆସନ୍ତୁ ଜାଣିବା

70

ସକାଳ ଜଳଖିଆ ଶରୀର ପାଇଁ ବହୁତ ଜରୁରୀ । ଏଥିପାଇଁ ପ୍ରାତଃଭୋଜନ ଭଲ ଭାବେ ଖାଇବା ଉଚିତ । କିନ୍ତୁ ଆମ ମାନଙ୍କ ମଧ୍ୟରୁ ଅଧିକାଂଶ ସକାଳ ଜଳଖିଆକୁ ଗୁରୁତ୍ୱ ଦିଅନ୍ତି ନାହିଁ । ଯେହେତୁ ଖାଲି ପେଟରେ ରହିବା ଉଚିତ ନୁହେଁ ବୋଲି କୁହାଯାଏ, ତେଣୁ ବେଳେ ବେଳେ ଯାହା ହେଲେ ଅଳ୍ପ କିଛି ଖାଇ ଦିଅନ୍ତି। ସେମିତି ଯେଉଁମାନେ ସକାଳୁ ଅଫିସ୍ ଯାଆନ୍ତି ସେମାନେ ଜଲଦି ଜଲଦିରେ ଯାହା କିଛି ପାରନ୍ତି ଖାଇ ଦେଇ ଚାଲି ଯାଆନ୍ତି । ସକାଳୁ ଖାଲି ପେଟରେ ରହିବା ଉଚିତ୍ ନୁହେଁ, କିନ୍ତୁ ଯାହାପାରି ତାହା ବି ଖାଇବା ଉଚିତ ନୁହେଁ । ସକାଳୁ ଖାଲି ପେଟରେ ରହିଲେ ଏସିଡିଟି ଭଳି ସମସ୍ୟା ଦେଖାଯାଏ । ସେମିତି କିଛି ଖାଦ୍ୟ ଅଛି ଯେଉଁଗୁଡ଼ିକୁ ସକାଳୁ ଖାଲି ପେଟରେ ଖାଇଲେ କ୍ଷତିକାରକ ସାବ୍ୟସ୍ତ ହୋଇଥାଆନ୍ତି । ବିଶେଷଜ୍ଞମାନେ ଖାଲି ପେଟରେ ଏହି ଖାଦ୍ୟଗୁଡ଼ିକୁ ଖାବାକୁ ବାରଣ କରିଛନ୍ତି । ତା’ହେଲେ ଆସନ୍ତୁ ଜାଣିବା ଖାଲି ପେଟରେ କେଉଁ ସବୁ ଖାଦ୍ୟ ଖାଇବେ ନାହିଁ ।

ଖଟାଜାତୀୟ ଫଳ –
ଖାଲି ପେଟରେ ଖଟା ଜାତୀୟ ଫଳ ଖାଆନ୍ତୁ ନାହିଁ । କମଳା, ଲେମ୍ବୁ ଓ ପିଜୁଳି ପରି ଫଳ ଖାଲି ପେଟରେ ଖାଆନ୍ତୁ ନାହିଁ। ଏହା ଦ୍ୱାରା ପେଟରେ ଏସିଡ୍ ହୋଇଥାଏ । ଏହି ସବୁ ଫଳରେ ଫାଇବର ଓ ଫ୍ରୁକ୍ଟୋଜ ଭଳି ପୋଷକ ତତ୍ତ୍ୱ ରହିଛି । କିନ୍ତୁ ଏଗୁଡ଼ିକୁ ଖାଲି ପେଟରେ ଖାଇଲେ ପାଚନ କ୍ରିୟା ମନ୍ଥର ହୋଇଯାଏ । ତେଣୁ ଏଗୁଡ଼ିକୁ ଖାଲି ପେଟରେ ଖାଆନ୍ତୁ ନାହିଁ ।

ମସଲାଯୁକ୍ତ ଖାଦ୍ୟ –
ସକାଳ ଜଳଖିଆରେ ଅଧିକ ମସଲା ଓ ରାଗଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ। ଏହା ଖାଇବା ଦ୍ୱାରା ଏସିଡିଟି ହୋଇଥାଏ। ତା’ସହ ବ୍ରଣ ସମସ୍ୟା ମଧ୍ୟ ଦେଖାଯାଇଥାଏ।

କଫି –
ଖାଲି ପେଟରେ କଫି ପିଇଲେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିପାରେ। ଏହାର ପ୍ରଭାବରେ ଏସିଡିଟି ହୋଇପାରେ।

ଥଣ୍ଡା ଜାତୀୟ ପାନୀୟ  –
ଖାଲି ପେଟରେ ଭୁଲରେ ଥଣ୍ଡା ଜାତୀୟ ପାନୀୟ ପିଅନ୍ତୁ ନାହିଁ । ଥଣ୍ଡା ଜାତୀୟ ପାନୀୟ ଆସୁଛି ଥଣ୍ଡା କଫି ଅବା କୋଲ୍ଡ ଡ୍ରିଙ୍କ୍ସ ଆଦି । ଏହା ଆପଣଙ୍କ ପେଟର ସେହି ଝିଲ୍ଲୀକୁ କ୍ଷତି ପହଞ୍ଚାଇଥାଏ ଯାହା ପାଚନ କ୍ରିୟାରେ ସାହାଯ୍ୟ କରିଥାଏ । ଖାଲି ପେଟରେ ଥଣ୍ଡା ପାନୀୟ ପିଇଲେ ଖାଦ୍ୟ ହଜମ କ୍ରିୟା ମନ୍ଥର ହୋଇଯାଏ । ତେଣୁ କୋଲ୍ଡ କଫି ଆଦି ବଦଳରେ ଆପଣ ଗରମ ଗ୍ରୀନ୍ ଟି ଅବା ହାଲୁକା ଉଷୁମ ପାଣି ପିଇ ପାରିବେ । ତେବେ କୋଲ୍ଡ ଡ୍ରିଙ୍କସକୁ କେବେ ବି ଖାଲି ପେଟରେ ପିଅନ୍ତୁ ନାହିଁ । କାରଣ ଏଥିରେ ଅଧିକ ମାତ୍ରାରେ କାର୍ବୋନେଟ ଏସିଡ୍ ରହିଥାଏ । ଏହି ଏସିଡ୍ ପେଟରେ ଥିବା ଏସିଡ ସହ ମିଶି ଗମ୍ଭୀର ସମସ୍ୟାର କାରଣ ହୋଇପାରେ । ଖାଲି ପେଟରେ କୋଲ୍ଡ ଡିଙ୍କସ ପିଇବା ଗ୍ୟାସ ଓ ବାନ୍ତି ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ।