ଅଧିକ ଦିନ ବଞ୍ଚିବା ପାଇଁ ଇଚ୍ଛା ରହିଛି କି? ତେବେ ପ୍ରତ୍ୟେକ ଦିନ ଏହାକୁ ଖାଦ୍ୟ ରୂପେ ଖାଇଲେ ୧୦୦ ବର୍ଷଠାରୁ ବି ଅଧିକ ଦିନ ବଞ୍ଚିପାରିବ ମଣିଷ

150

କନକ ବ୍ୟୁରୋ : କୁହାଯାଏ ଖାଦ୍ୟ ହିଁ ଜୀବନ, ଖାଦ୍ୟ ହିଁ ଔଷଧ। ପ୍ରକୃତିରେ ଭରି ରହିଛି ଜୀବଜନ୍ତୁଙ୍କ ପାଇଁ ଅସୁମାରି ଆହାର। ସେଥିରୁ କ’ଣ ଖାଇଲେ ଶରୀର ଦୀର୍ଘଦିନ ନିରାମୟ ରହିବ ତାହା ମଣିଷ ସମୟ କ୍ରମେ ନିଜର ଅଭିଜ୍ଞତା ଓ ପରୀକ୍ଷା ନିରୀକ୍ଷା ଦ୍ୱାରା ଜାଣିପାରିଛି। ଶରୀରକୁ ନିରୋଗ ରଖିବାକୁ ସେଥିରୁ କେତୋଟି ହେଲା ଏଇ ସବୁ।

ଅକ୍ଷୋଟ: ଅକ୍ଷୋଟ ବା ଓ୍ଵାଲ୍ନଟ୍ ଶରୀର ଓ ମସ୍ତିଷ୍କ ପାଇଁ ଆବଶ୍ୟକ ଗୁରୁତ୍ୱପୂର୍ଣ୍ଣ ଅତି ସୂକ୍ଷ୍ମ ଉପାଦାନରେ ଭରପୁର। ମଣିଷ ସ୍ନାୟୁ ପ୍ରଣାଳୀକୁ ସହାୟକ ହେବା ପାଇଁ ଅନେକ ସ୍ୱାସ୍ଥ୍ୟକର ଚର୍ବି ଆବଶ୍ୟକ। ଦୈନିକ ଅନ୍ୟୂନ ୧/୪ କପ୍ ଅକ୍ଷୋଟ ଖାଇଲେ ଶରୀର ଆବଶ୍ୟକ କରୁଥିବା ଖଣିଜ ଲବଣ ମିଳିଯିବ।

କାଗେଜି: ଯଦି ଭିଟାମିନ୍ ସି ଅଭାବ ରହୁଥାଏ ତା’ ପାଇଁ ସର୍ବୋତ୍ତମ ଖାଦ୍ୟ ହେଲା କାଗେଜି ଲେମ୍ବୁ। କାଗେଜିର ଥିବା ଫ୍ଲେବୋଣ୍ଡିସ୍ କର୍କଟ ରୋଗ କୋଷିକାଗୁଡ଼ିକୁ ବଢ଼ାଇ ଦିଏ ନାହିଁ। ଏହା ଛଡ଼ା ଫ୍ଲୁ ସମେତ ଅନ୍ୟାନ୍ୟ କେତେକ ରୋଗ ପ୍ରତିରୋଧ କରେ।

ବ୍ରୋକୋଲି: ଭିଟାମିନ୍ କେ’ର ଗୋଟାଏ ବିଚିତ୍ର ଉତ୍ସ ହେଉଛି ବ୍ରୋକୋଲି। ଏହା ହାଡ଼ ଟାଣ କରିବା ସହ ଅସୁସ୍ଥତା ବିରୋଧରେ ଲଢ଼େଇ କରିବାକୁ ଶରୀରର ପ୍ରତିରକ୍ଷା ବ୍ୟବସ୍ଥାକୁ ସହାୟକ ହୁଏ। କିନ୍ତୁ, ଏହାକୁ ଠିକ୍ ରୂପେ ରାନ୍ଧିବା ଉଚିତ।

ବିନ୍ସ୍: ବିନସରେ ଥିବା ନିରାମିଷ ପୁଷ୍ଟିସାର ଅତି ସରଳ ଉପାୟରେ ଶରୀର ଗଠନ କରେ। ଏଥିରେ ଥିବା ତନ୍ତୁ ଅନ୍ୟାନ୍ୟ ଖାଦ୍ୟ ହଜମ କରିବା ନିମନ୍ତେ ଶରୀରକୁ ସହାୟତା କରିଥାଏ। ଏଥିରେ ଥିବା ଚର୍ବି ମଧ୍ୟ ମନ୍ଦ ନୁହେଁ।

ବିଲାତି ବାଇଗଣ: କର୍କଟ ରୋଗ କୋଷିକା ସହ ଲଢ଼େଇ କରିବାରେ ବିଭିନ୍ନ କିସମର ବିଲାତି ବାଇଗଣର କାର୍ଯ୍ୟ ବଡ଼ ବିଚିତ୍ର। ଏହା ଶରୀରକୁ ରକ୍ତ ଉନ୍ନତ କରିବାକୁ ଆବଶ୍ୟକ ଉପାଦାନ ଯୋଗାଇ ଥାଏ। ପ୍ରତି ସପ୍ତାହରେ ଜଣେ ଅନ୍ତତଃ ଗୋଟିଏ ବଡ଼ ବିଲାତି ବାଇଗଣ ଖାଇବା ଆବଶ୍ୟକ।

ରସୁଣ: କଞ୍ଚା ରସୁଣ ନ ଖାଇଲେ ଶରୀର ଅସୁବିଧାରେ ପଡ଼ିଥାଏ। ହାନିକାରକ ଅଣୁଜୀବ ମାରି ଶରୀରକୁ ସମସ୍ତ ପ୍ରକାର ପରଜୀବୀ କୀଟାଣୁ ମୁକ୍ତ ରଖିଥାଏ ରସୁଣ। ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଇ ଥାଏ।

ପାଳଙ୍ଗ: ସବୁଜ ରଙ୍ଗର ଏହି ପରିବା ଧାରଣ କରିଥାଏ ବିପୁଳ ପରିମାଣର ଲ୍ୟୁଟିନ୍। ପାଳଙ୍ଗ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି, ଦୃଷ୍ଟିଶକ୍ତି ଓ ମହିଳାଙ୍କ ସ୍ୱାସ୍ଥ୍ୟ ଉତ୍ତମ ରହେ। ଲ୍ୟୁଟିନ୍ ଡିମ୍ବାଣୁ ପ୍ରକ୍ରିୟାରେ ସହାୟତା କରିବା ସହ ଅନ୍ତଃସତ୍ତ୍ୱା କରିବାରେ ସହାୟକ ହୋଇଥାଏ।

ଅଲିଭ୍ ତେଲ: ତେଲମାନଙ୍କ ମଧ୍ୟରେ, ଅଲିଭ୍ ବା ଜଳପାଇ ତେଲ ସବୁ ପ୍ରକାର ସ୍ୱାସ୍ଥ୍ୟକର ଚର୍ବି, ଏସିଡ୍ ଏବଂ ଫ୍ଲେବଣ୍ଡିସେର ଭରପୁର। ଏହା ହୃତପିଣ୍ଡ ତତ୍ତ୍ୱ ନେବା ସହ ରକ୍ତବାହୀ ନଳୀକୁ ଟାଣ କରିଥାଏ। ତେଣୁ ସବୁଦିନ ଟିକିଏ ଅଲିଭ୍ ତେଲ ଖାଇବା ଉଚିତ।

ବସାଦହି: ସବୁଦିନ ଦୁଗ୍ଧ ପିଇବା ଉଚିତ। କିନ୍ତୁ, ତା’ଠାରୁ ବଡ଼ ବିଚିତ୍ର କାମ କରିଥାଏ ବସାଦହି। ଶରୀରର ମାଇକ୍ରୋଫ୍ଲୋରାର ତତ୍ତ୍ୱ ନେବା ସହ ଏହା ମଣିଷ ଖାଉଥିବା ଖାଦ୍ୟ ହଜମ କରିବାରେ ସହାୟକ ହୋଇଥାଏ।

ଅଣ୍ଡା: ଅଣ୍ଡାର ଧଳାଅଂଶ ପୁଷ୍ଟିସାରରେ ଭରପୁର। କିନ୍ତୁ, କେଶର ଶରୀର ପାଇଁ ହାନିକାରକ ବୋଲି କୁହାଯାଏ। ସେ ଯାହାହେଉ ନିକଟରେ କରାଯାଇଥିବା ଅଧ୍ୟୟନରୁ ଜଣାଯାଇଛି ଯେ, କେଶର ସହ ଧଳାଅଂଶ ମିଶାଇ ଖାଇଲେ ସ୍ୱାସ୍ଥ୍ୟ ପାଇଁ ଅତି ଭଲ।