ଆପଣଙ୍କ ବୟସ ୩୦ ଟପିଲାଣି କି ! ତେବେ ଖାଆନ୍ତୁ ଏହି ଖାଦ୍ୟ

132

ନ୍ୟାସନାଲ୍ ଫୁଡ୍‌ ଏଣ୍ଡ ନ୍ୟୁଟ୍ରିସନ୍‌ ସର୍ଭେ ଅନୁସାରେ ୩୦ ବର୍ଷ ବୟସ ପରେ ଅଧିକାଂଶ ଲୋକଙ୍କ ଶରୀର ପାଇଁ ଜରୁରୀ ହେଉଥିବା ନ୍ୟୁଟ୍ରିସନ୍‌, ଆଇରନ୍ ଓ କ୍ୟାଲସିୟମ୍‌ର କମି ହୋଇଥାଏ । ୩୦ ବର୍ଷ ପରେ ଓଜନ ବଢ଼ିବା, ମାଂସପେଷୀ ଦୁର୍ବଳ ହେବା, ହୃଦ୍‌ଜନିତ ସମସ୍ୟା ଓ ମଧୁମେହ ଦେଖା ଦେଇଥାଏ । ଜାଣନ୍ତୁ ନିଜର ଖାଦ୍ୟରୁଚିରେ ପରିବର୍ତ୍ତନ ଆଣି ଏହି ସବୁ ସମସ୍ୟାରୁ କେମିତି ଦୂରେଇବେ।

ବାଦାମ : ଏଥିରେ ଭିଟାମିନ ବି-୬ ଓ ଫୋଲିକ ଏସିଡ୍‌ ଥାଏ । ଏହା ଦ୍ୱାରା ସ୍ମରଣ ଶକ୍ତି ତେଜ ହୋଇଥାଏ ଓ ଅନୁର୍ବରତାରୁ ମଧ୍ୟ ବଞ୍ଚାଇ ଥାଏ।

ଦହି : ଏଥିରେ କ୍ୟାଲସିୟମ୍‌, ପ୍ରୋବାୟୋଟିକ ବ୍ୟାକଟେରିଆ ଥାଏ ।  ଓଜନ ନିୟନ୍ତ୍ରଣରେ ରହିଥାଏ, ହାଡ଼ ମଜବୁତ ହୁଏ।

ବିଲାତି ବାଇଗଣ : ଏଥିରେ ଫାଇବର ଓ ଫ୍ଲେବୋନାଇଡସ୍‌ ଥାଏ । ଏହା ଦ୍ୱାରା ଓଜନ କମିଥାଏ ଓ ସୁନ୍ଦରତା ବଢ଼ିଥାଏ।

କ୍ଷୀର :ଏଥିରେ ଆଣ୍ଟିଅକ୍ସିଡେଣ୍ଟ୍‌ ପ୍ରୋଟିନ୍‌ ଥାଏ । ଏହା ଦ୍ୱାରା ମାଂସପେଷୀ ମଜବୁତ ହୁଏ ଓ ଚେହେରା ପାଇଁ ମଧ୍ୟ ଫାଇଦା ହୋଇଥାଏ।

ପାଳଙ୍ଗ ଶାଗ : ଏଥିରେ ଆଇରନ୍ ଓ ଭିଟାମିନ୍ ଡି ଥାଏ । ଏନିମିୟା (ରକ୍ତ କମିବା)ରୁ ବଞ୍ଚାଇଥାଏ, ହାଡ଼ ପାଇଁ ଫାଇଦା ହୋଇଥାଏ।

ଡାର୍କ ଚକଲେଟ୍‌ : ଏଥିରେ ଫ୍ଲେବୋନାଇଡସ୍‌, ଆଣ୍ଟିଅକ୍ସିଡେଣ୍ଟ୍‌ ଥାଏ । ଏହା ଦ୍ୱାରା ଚେହେରାରେ ରିଙ୍କଲସ (କୁଞ୍ଚନ) ଆସି ନ ଥାଏ, ସ୍ୱଭାବ ଭଲ ରହିଥାଏ ।

ମାଛ : ଏଥିରେ ଓମେଗା-୩ ଫେଟି ଏସିଡ୍‌ ଥାଏ। ହୃଦ୍‌ ଜନିତ ସମସ୍ୟା ଓ ଡିପ୍ରେସନରୁ ବଞ୍ଚାଇଥାଏ।

ଅଣ୍ଡା : ଏଥିରେ ଭିଟାମିନ୍‌ ଏ ଓ ଫସଫୋରସ୍‌ ଥାଏ । ଆଖି ସୁସ୍ଥ ରହେ ଓ ଦାନ୍ତ ମଜବୁତ ରହିଥାଏ।

ଓଟସ୍‌ : ଏଥିରେ ଫାଇବର୍ସ ଓ କାର୍ବୋହାଇଡ୍ରେଟ୍‌ ଥାଏ। ଏହା ଦ୍ୱାରା ହଜମ ଶକ୍ତି ବଢ଼ିଥାଏ, ଓଜନ ନିୟନ୍ତ୍ରଣରେ ରହିଥାଏ।