ଖାଲି ପେଟରେ ଖାଆନ୍ତୁ ନାହିଁ କି ପିଅନ୍ତୁ ନାହିଁ ଏହି ସବୁ ଖାଦ୍ୟ-ପାନୀୟ!

56

ଖାଦ୍ୟରେ ବାଛ ବିଚାର ନ ରଖି ସବୁ ଖାଇବା ଉତ୍ତମ ବ୍ୟକ୍ତର ଲକ୍ଷଣ। ମାତ୍ର ଭୁଲ୍‌ ସମୟରେ ଭୁଲ୍‌ ଖାଦ୍ୟ ଖାଇବା ଅର୍ଥାତ ରୋଗକୁ ବରଣ କରିବ। ଏପରି କିଛି ଖାଦ୍ୟ ଅଛି ଯାହାକୁ ଆଦୌ ଖାଲି ପେଟରେ ଖାଇବା ଅନୁଚିତ।

-ପେଟ୍‌ ଖାଲି ଥିବା ସମୟରେ ସେଓ, ଆମ୍ବ, କାକୁଡ଼ି, ଆଦି ଫଳ ଖାଆନ୍ତୁ ନାହିଁ। ଖାଲି ଫେଟରେ ଏସବୁ ଖାଇଲେ ଗ୍ୟାସ୍‌ ହୋଇଥାଏ।

-ଖାଲି ପେଟରେ ତୈଳ ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ। କୌଣସି ପ୍ରକାର ତୈଳଯୁକ୍ତ ଖାଦ୍ୟ ଖାଇବାର ୧୫ ମିନିଟ୍‌ ପୂର୍ବରୁ ଅନ୍ତତ ପାଣି ଗୋଟେ ଗ୍ଲାସ୍‌ ପିଇ ନିଅନ୍ତୁ।

-ଖାଲି ପେଟରେ କ୍ଷୀର ଓ କ୍ଷୀର ଜାତୀୟ କୌଣସସି ଖାଦ୍ୟ ନ ଖାଇବାକୁ ମଧ୍ୟ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି । ଏହା ମଧ୍ୟ ଗ୍ୟାସ୍‌ ସୃଷ୍ଟି କରାଇଥାଏ।

-ଖାଲି ପେଟରେ ଲେମ୍ବୁ ସରବତ୍‌ ପିଇବା ସବୁଠାରୁ ବଡ଼ ଭୁଲ୍‌। ଏହା ମସ୍ତିଷ୍କକୁ ଉଠିଗଲେ ସାଂଘାତିକ ହୋଇପାରେ।

-ଖାଲି ପେଟରେ ସବୁଜ ଚା’ ମଧ୍ୟ ପିଇବା ପାଇଁ ବାରଣ କରାଯାଇଛି।