ରକ୍ତଚାପ ବୃଦ୍ଧି କରିଥାଏ ଏହି ସବୁ ଖାଦ୍ୟ

76

ପ୍ରତିଦିନ ଅନେକ ଲୋକ ଉଚ୍ଚ ରକ୍ତଚାପ ରୋଗରେ ପୀଡିତ ହେଉଛନ୍ତି । କୁହାଯାଏ ଅଧିକ ଚିନ୍ତା କଲେ, ଏହି ରୋଗ ହେବା ସମ୍ଭାବନା ଥାଏ । ତେବେ ଆପଣ ଜାଣିଛନ୍ତି କି ? କେତେକ ଖାଦ୍ୟପାନୀୟ ଦ୍ୱାରା ବି ଉଚ୍ଚ ରକ୍ତଚାପ ବୃଦ୍ଧି ପାଇଥାଏ । ଏକ ସର୍ବେକ୍ଷଣରୁ ଜଣାପଡିଛି, ପ୍ରତି ୧୦ ଜଣଙ୍କ ମଧ୍ୟରୁ ୩ ଜଣ ବ୍ୟକ୍ତି ଉଚ୍ଚରକ୍ତ ଚାପରେ ଆକ୍ରାନ୍ତ ହେଉଛନ୍ତି । ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ବିଶେଷଜ୍ଞଙ୍କ ମତରେ ଏ ବାବଦରେ ସଚେତନା ହେବା ଆବଶ୍ୟକ । ଏଣୁ ନିଜ ଖାଦ୍ୟପାନୀୟ ବାବଦରେ ସତର୍କତା ଅବଲମ୍ବନ କରିବା ଜରୁରୀ । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଖାଦ୍ୟପାନୀୟ ପାଇଁ ସତର୍କ ରହିବା ଉଚିତ୍ ।

– ସର୍ବ ପ୍ରଥମେ ଲୁଣି ଖାଦ୍ୟ ଓ ଲୁଣର ବ୍ୟବହାର ବ୍ୟଞ୍ଜନରେ ସମ୍ପୂର୍ଣ୍ଣ ଭାବେ ବନ୍ଦ କରନ୍ତୁ । ସାମାନ୍ୟତମ ଲୁଣି ଖାଦ୍ୟ ଓ ଲୁଣର ବ୍ୟବହାର ମଦ୍ଦ ଅନେକ ସମୟରେ ରକ୍ତଚାପ ରୋଗୀଙ୍କ ନିମନ୍ତେ ପ୍ରାଣଘାତକ ହୋଇପାରେ ।

– ବଜାରରେ ମିଳୁଥିବା ଚିପ୍ସ, ବିସ୍କୁଟ, ମିକ୍ସଚର ଇତ୍ୟାଦି ଖାଇବା ବନ୍ଦ କରିବା ସହ ପାଣି ପିଇବାର ଅଭ୍ୟାସ ବଢାଇବା ଭଲ । ଲୁଣ ଖାଇବା ଦ୍ୱାରା ତାହା ହୃଦଯନ୍ତ୍ର ଉପରେ ମଦ୍ଦ କୁପ୍ରଭାବ ପଡ଼ିଥାଏ ।

– ମିଠା ଖାଇବା ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିବା ଜରୁରୀ । ଉଚ୍ଚ ରକ୍ତଚାପ ରୋଗୀ  ମିଠା ଖାଇବା ବନ୍ଦ ନ କଲେ ମଧୁମେହର ଆଶଙ୍କା ବଢିଯାଏ ।