ବିବାହ ଖର୍ଚ୍ଚ ଉପରେ କଡ଼ା ନଜର ରଖିବେ ସରକାର ! ନଷ୍ଟ ହେବନି ଖାଦ୍ୟ, ରୋକିହେବ ଅଯଥା ଖର୍ଚ୍ଚ

258

ଆରମ୍ଭ ହୋଇଗଲା ବିବାହ ଋତୁ । ଗହଣାଗାଂଟି ଠାରୁ ପୋଷାକ ପତ୍ର ବିକ୍ରି ବଢ଼ିବ । ଆଜିକାଲି ଲୋକେ ଖୁବ ଧୁମଧାମମରେ ଓ ଆଡ଼ମ୍ବର ସହକାରେ ବିବାହ କରାଉଛନ୍ତି । ପାଣି ପରି ଟଙ୍କା ଖର୍ଚ୍ଚ କରିବା ପାଇଁ ପଛାଉ ନାହାନ୍ତି । ଅତିଥିଚର୍ଚ୍ଚାରେ କୌଣସି କମି ରହୁ ଚାହୁଁନାହାନ୍ତି । ହେଲେ ସମସ୍ତେ ଜାଣିଥିବେ କିଛି ଲୋକ ବିବାହ ଉତ୍ସବରେ ଦରକାର ଠାରୁ ଅଧିକ ଖର୍ଚ୍ଚ କରନ୍ତି । ଖାଦ୍ୟ ଠାରୁ ଅନ୍ୟ ସାମଗ୍ରୀ ନଷ୍ଟ ହେବାର ମଧ୍ୟ ନଜିର ରହିଛି । କିନ୍ତୁ ଏବେ ବିବାହ ଖର୍ଚ୍ଚ ଉପରେ ମଧ୍ୟ ନଜର ରଖିବେ ସରକାର ।

ବିବାହ ପାଇଁ ଏକ ସ୍ୱତନ୍ତ୍ର ପଲିସି ତିଆରି ନେଇ ବିଚାର କରିବା ଉଚିତ୍ ବୋଲି ଦିଲ୍ଲୀ ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି । ଯଦ୍ୱାରା ବିବାହରେ ହେଉଥିବା ଅଯଥା ଖର୍ଚ୍ଚକୁ ରୋକାଯାଇପାରିବ । ସରକାରଙ୍କ ତରଫରୁ କ’ଣ କ’ଣ ଯୋଜନା ରହିଛି ଏ ସମ୍ମନ୍ଧରେ ଯୋଜନା ମଧ୍ୟ ଉପସ୍ଥାପନ କରିଛନ୍ତି । ବିବାହରେ ଆସୁଥିବା ଅତିଥିଙ୍କ ସଂଖ୍ୟାକୁ ସିମୀତ କରାଯାଇପାରିବ ବୋଲି ମତ ରଖିଛନ୍ତି ଦିଲ୍ଲୀ ମୁଖ୍ୟ ଶାସନ ସଚିବ । ଏହାବ୍ୟତୀତ ଫୁଡ଼୍ ସେଫ୍ଟି ଓ ଷ୍ଟାଣ୍ଡାର୍ଡ଼ ଆକ୍ଟ ଅନୁସାରେ ବେସାହାରା ଲୋକଙ୍କୁ ବଳକା ଖାଦ୍ୟ ଯୋଗାଇ ପାଇଁ ସହ ଏନଜିଓ ସହ ଡିଲ୍ କରିପାରିବେ ।

ଅନେକ ବିବାହରେ ଖାଦ୍ୟ ନଷ୍ଟ ହୁଏ । ଏପରି କଲେ ଏନଜିଓ ସହ ଡିଲ କରି ବେସାହାରା ଲୋକଙ୍କ ପାଖକୁ ଖାଦ୍ୟ ପଠାଯାଇପାରିବ । ଯଦ୍ୱାରା ଆଉ ଖାଦ୍ୟ ନଷ୍ଟ ହେବ ନାହିଁ । ଅନ୍ୟପଟେ ଦିଲ୍ଲୀ ସକରାର ବିବାହରେ ବ୍ରବହାର ହେଉଥିବାର ଖାଦ୍ୟ ଓ ପାଣିର ଗୁଣବତ୍ତା ଉପରେ ମଧ୍ୟ ଚିନ୍ତା ଜାହିର କରିଛନ୍ତି । ଏପରି ସମାରୋହରେ ପରଷା ଯାଉଥିବା ଖାଦ୍ୟ ସାମଗ୍ରୀର ଗୁଣବତ୍ତାର ନୀରିକ୍ଷଣର ମଧ୍ୟ ବ୍ୟବସ୍ଥା ହେବା ଦରକାର । ତେବେ କୋର୍ଟ ଆଗାମୀ ୬ ସପ୍ତାହ ମଧ୍ୟରେ ଏହି ମାମଲାର ପିଲିସି ପ୍ରସ୍ତୁତ କରିବା ପାଇଁ କହିଛନ୍ତି ।