ଧର୍ମେନ୍ଦ୍ରଙ୍କୁ ସୂର୍ଯ୍ୟଙ୍କ ଚିଠି । ତିତଲି ପ୍ରଭାବିତଙ୍କୁ ରିହାତିରେ ନୁହେଁ ମାଗଣାରେ ଗ୍ୟାସ୍ ସିଲିଣ୍ଡର ଦିଅ ।

29

କନକ ବ୍ୟୁରୋ: ତିତଲି ପ୍ରଭାବିତ ଲୋକଙ୍କୁ ମାଗଣାରେ ଗ୍ୟାସ୍ ସିଲିଣ୍ଡର ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କୁ ରାଜ୍ୟ ସରକାରଙ୍କ ଚିଠି । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଲେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର । ତିତଲି କ୍ଷତିଗ୍ରସ୍ତଙ୍କୁ ମାଗଣାରେ ଏଲପିଜି ସିଲିଣ୍ଡର ଯୋଗାଇ ଦେବାକୁ ରାଜ୍ୟ ସରକାର ଦାବି କରିଛନ୍ତି ।

One 2 One : Exclusive Interview With Surya Narayan Patroକ୍ଷତିଗ୍ରସ୍ତ ଜିଲ୍ଲା ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାର ପ୍ରଭାବିତ ଲୋକଙ୍କୁ ମାଗଣାରେ ଗ୍ୟାସ୍ ସିଲିଣ୍ଡର ଯୋଗାଇଦେବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଚିଠି ଲେଖିଛନ୍ତି ସୂର୍ଯ୍ୟ । ଗଜପତି ଜିଲ୍ଲାରେ ମୋଟ୍ ୫୦ ହଜାର ୯୯୦ ଏଲପିଜି ସିଲିଣ୍ଡର ଦିଆଯାଇଛି । ଗଞ୍ଜାମରେ ୨ଲକ୍ଷ ୩୯ ହଜାର ଏଲପିଜି ସିଲିଣ୍ଡର ଦିଆଯାଇଛି ଏବଂ ରାୟଗଡ଼ା ଜିଲ୍ଲାରେ ୮୧ ହଜାର ୯୭୯ ଏଲପିଜି ସିଲିଣ୍ଡର ଯୋଗାଇ ଦିଆଯାଇଛି । ତେଣୁ ଧାର୍ଯ୍ୟ ହୋଇଥିବା ରିହାତି ଦାମ୍ ସମ୍ପୂର୍ଣ୍ଣ ଛାଡ଼ କରିବାକୁ ମଧ୍ୟ ମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଚିଠି ଦ୍ୱାରା ଦାବି କରିଛନ୍ତି ସୂର୍ଯ୍ୟନାରାୟଣ ପାତ୍ର  ।

ଉଜ୍ଜ୍ୱଳା ଯୋଜନାରେ ରିହାତି ମୂଲ୍ୟରେ ସିଲିଣ୍ଡର ଦିଆଯାଉଛି । କିନ୍ତୁ ବାତ୍ୟା ଓ ପରବର୍ତ୍ତୀ ବନ୍ୟାରେ ଲୋକମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡ଼ିଛି ତେଣୁ ସେମାନଙ୍କୁ ମାଗଣାରେ ଗ୍ୟାସ୍ ସିଲିଣ୍ଡର ଯୋଗାଇବାକୁ ଦାବି ଧର୍ମେନ୍ଦ୍ରଙ୍କୁ ଚିଠି ଲେଖି ଦାବି କରିଛନ୍ତି ସୂର୍ଯ୍ୟନାରାୟଣ ପାତ୍ର ।