ଏପରି ଏକ ଦେଶ ! ଯେଉଁଠାରେ ଚୁଟି କାଟିବାକୁ ହେଲେ ଦେବାକୁ ପଡିଥାଏ ୯ଟି ଅଣ୍ଡା ସହିତ କଦଳୀ ।

45

ବେନେଜୁଏଲା ବିଶ୍ୱର ସବୁଠାରୁ ଧନି ଦେଶ ମାନଙ୍କ ମଧ୍ୟରୁ ଅନ୍ୟତମ । ଏଠାରେ ଲୋକମାନେ ନିଜର କସ୍ମେଟିକ ଜିନିଷ ଉପରେ ଅଧିକ ଖର୍ଚ୍ଚ କରନ୍ତି । ବେନେଜୁଏଲା ବିଶ୍ୱର ସବୁଠାରୁ ବଡ ତୈଳ ଉତ୍ପାଦନ ଦେଶ ମାନଙ୍କ ମଧ୍ୟରୁ ଅନ୍ୟତମ । ଏଠାରେ ପେଟ୍ରୋଲ ଦର ୫୦ ପଇସା ପ୍ରତି ଲିଟର ହିସାବରେ ମିଳିଥାଏ । କିନ୍ତୁ ଏବେ ଏହି ଦେଶ ଖାଇବା ପାଇଁ ସଂଘର୍ଷ କରୁଛି । ପାଖରେ ଲକ୍ଷାଧିକ ଟଙ୍କା ଥାଇ ମଧ୍ୟ ଖାଦ୍ୟ ପାଇଁ ଲୋକମାନେ ଅନ୍ୟ ଲୋକମାନଙ୍କ ଜୀବନ ନେଉଛନ୍ତି ।

ଟିକିଏ ଖାଦ୍ୟ ପାଇଁ ଲୋକମାନେ ରାସ୍ତାରେ ବୁଲୁଥିବା ପଶୁମାନଙ୍କୁ ମାରି ଘରକୁ ନେଇଯାଉଛନ୍ତି । ଦୋକାନ ବଜାର ଲୁଟୁଛନ୍ତି । ପ୍ରତିଦିନ ବରୋଧ ପଦର୍ଶନ ଜାରି ରହୁଛି ଏବଂ ଲୋକମାନଙ୍କ ଜୀବନ ଯାଉଛି । ଏଠାରେ କୋଟିପତି ଲୋକବି ଖାଦ୍ୟ ପାଇଁ ସଂଘର୍ଷ କରୁଛି । ଏଥିସବୁ ମଧ୍ୟରେ ସରକାର ଦୃଢ କାର୍ଯାନୁଷ୍ଠାନ ଗ୍ରହଣ କରିବା ଅପେକ୍ଷା ଲଗାତାର ନୋଟ ଛାପୁଛନ୍ତି । ଯାହା ଦ୍ୱାରା ସଂକଟ ଅଧିକ ଗମ୍ଭିର ହେବାକୁ ଲାଗିଛି ।

ସଂକଟର କାରଣ କଣ ?

ଗତ ୫ ବର୍ଷ ହେବ ବେନେଜୁଏଲାର ଇକୋନୋମି ୫୦ ପ୍ରତିଶତ ସଂକୁଚିତ ହୋଇଯାଇଛି । ଆମେରିକା ଏବଂ ଅନ୍ୟ ଦେଶଗୁଡିକ ବେନେଜୁଏଲା ଠାରୁ ତେଲ ନେବା ବନ୍ଦ କରିଦେଇଛନ୍ତି । ଯାହା ଫଳରେ ଦେଶର ଇକୋନୋମି ଏକତରଫା ଭାବେ ସଂକୁଚିତ ହୋଇଯାଇଛି ଏବଂ ଏଠାରେ ପ୍ରତି ୧୭ ଦିନରେ ପ୍ରତିଟି ବସ୍ତୁର ମୂଲ୍ୟ ବଢିଚାଲିଛି । କେବଳ ସେତିକି ନୁହେଁ ଏହି ଦେଶରେ ଏକ ଡଲାର ୩୫ ଲକ୍ଷ ଟଙ୍କାର ସମାନ ହୋଇଯାଇଛି ।

୨୦୧୮ ମସିହା ଜୁଲାଇ ମାସ ଠାରୁ ବେନେଜୁଏଲାରେ ଖାଦ୍ୟ ପଦାର୍ଥର ମୂଲ୍ୟ ଆକାଶ ଛୁଆଁ ହୋଇଯାଇଛି । ଏକ ସସ୍ତା ରେଷ୍ଟୁରାଣ୍ଟରେ ଖାଦ୍ୟ ଖାଇବାକୁ ହେଲେ ୩ ଡଲାର ଦେବାକୁ ପଡୁଛି । ସେହିଭଳି ମଧ୍ୟମ ଧରଣର ରେଷ୍ଟୁରାଣ୍ଟରେ ୨୭ ଡଲାର ଦେବାକୁ ପଡୁଛି । ବେନେଜୁଏଲାରେ ଏହି ସକଂଟ ୨୦୧୪ ମସିହାରୁ ଆରମ୍ଭ ହୋଇଛି । ଖାଦ୍ୟକୁ ନେଇ ସଂଘର୍ଷ ଚାଲିଥିବା ବେଳେ ସେଠାରେ ଚୁଟି କାଟିବା ପାଇଁ ଟଙ୍କା ବଦଳରେ ୯ଟି ଅଣ୍ଡା ଏବଂ କଦଳୀ ଦେବାକୁ ପଡିଥାଏ । କ୍ୟାବ ସର୍ଭିସ ନେବା ପାଇଁ ହେଲେ ସିଗାରେଟ ଡବା ଦେବାକୁ ପଡିଥାଏ । କେବଳ ଏହି କାରଣ ପାଇଁ ଏଠାରେ ବାସ କରୁଥିବା ୩ କୋଟି ଲୋକଙ୍କ ମଧ୍ୟରୁ ୫ ଲକ୍ଷ ଲୋକ ବିଦେଶ ଯାଇସାରିଛନ୍ତି । ୧୦ ଲକ୍ଷରୁ ଅଧିକ ଲୋକ କୋଲମ୍ବିଆରେ ରହୁଛନ୍ତି । ୮୨ ପ୍ରତିଶତ ଲୋକ ଗରିବ ସିମାରେଖା ତଳେ ବଞ୍ଚୁଛନ୍ତି । ଏବଂ ୫୧ ପ୍ରତିଶତ ଲୋକ ଦୁଇମୁଠା ଖାଇବା ପାଇଁ ଜୀବନ ସହ ସଂଘର୍ଷ କରୁଛନ୍ତି ।