ଟ୍ରେନରେ ପରସାଯାଉଛି ସଂକ୍ରମିତ ଓ ବାସି ଖାଦ୍ୟ : ସିଏଜି ରିପୋର୍ଟରେ ଉଲ୍ଲେଖ

48

କନକ ବ୍ୟୁରୋ: ରେଳବାଇରେ ଦିଆଯାଉଥିବା ଖାଦ୍ୟ ଖାଇବା ଉପଯୋଗୀ ନୁହେଁ । ଏପରି ରିପୋର୍ଟ ଦେଇଛନ୍ତି ସିଏଜି । ରେଲୱେରେ ଦିଆ ଯାଉଥିବା ଖାଦ୍ୟକୁ ନେଇ ସବୁବେଳେ ଅଭିଯୋଗ ଆସୁଥିବା ବେଳେ ଏହାର ମାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସିଏଜି । ସିଏଜି ନିଜ ରିପୋର୍ଟରେ ରେଲୱେରେ ଯାତ୍ରୀଙ୍କୁ ଦିଆଯାଉଥିବା ଖାଦ୍ୟ ଖାଇବା ଉପଯୋଗୀ ନୁହେଁ ବୋଲି କହିଛନ୍ତି । ଶୁକ୍ରବାର କଂଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ ସଂସଦରେ ଉପସ୍ଥାପନ କରିଥିବା ଏହି ରିପୋର୍ଟ ସମସ୍ତଙ୍କୁ ଚକିତ କରିଛି ।

ରିପୋର୍ଟରେ ଉଲ୍ଲେଖ ଅଛି ଯେ ଟ୍ରେନରେ ଦିଆଯାଉଥିବା ଖାଦ୍ୟ ଖାଇବା ଉପଯୋଗୀ ନୁହେଁ । ଦୂଷିତ ଖାଦ୍ୟ ପଦାର୍ଥ, ରିସାଇକିଲ୍ ହୋଇଥିବା ଖାଦ୍ୟ ପଦାର୍ଥ, ଡବା ବନ୍ଦ ବା ବୋତଲ ବନ୍ଦ ଖାଦ୍ୟର ଏକ୍ସପ୍ୟାରି ଡେଟ୍ ସରିଥିଲେ ମଧ୍ୟ ଏସବୁକୁ ଟ୍ରେନରେ ପରସା ଯାଉଛି । ଏହା ବ୍ୟତୀତ ରେଲୱେ ପରିସର ଓ ଟ୍ର୍ରେନରେ ପରିଷ୍କାର ପରିଚ୍ଛନ୍ନତା ଉପରେ ଧ୍ୟାନ ଦିଆଯାଉନାହିଁ । ସିଏଜି ଓ ରେଲୱେର ମିଳିତ ଯାଂଚ ଦଳ ୭୪ଟି ଷ୍ଟେସନ ଏବଂ ୮୦ଟି ଟ୍ରେନରେ ଯାଂଚ କରିବା ପରେ ଏହି ରିପୋର୍ଟ ଦେଇଛନ୍ତି ।