ଫୁଡ ପଏଜନିଂର ଶିକାର ହେଉଛନ୍ତି କି? ତେବେ ଆପଣାନ୍ତୁ ପ୍ରାଥମିକ ଉପଚାର ।
Kanak News is now on WhatsApp
Join and get latest news updates delivered to you via WhatsApp
ଖାଦ୍ୟରେ ଅନିୟମିତତା କାରଣରୁ ଖରାଦିନେ ଅନେକ ଲୋକ ଫୁଡ୍ ପଏଜନିଂ ଭଳି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଏହାଫଳରେ ସେମାନେ କ୍ଲାନ୍ତି ଓ ଦୁର୍ବଳ ଅନୁଭବ କରନ୍ତି। ଏହାଛଡା ବାନ୍ତି, ଜ୍ୱର, ପେଟରେ ଯନ୍ତ୍ରଣା ଆଦି ସମସ୍ୟା ମଧ୍ୟ ଦେଖାଯାଏ । ତେବେ କେମିତି ଜାଣିବେ ଯେ ଆପଣଙ୍କୁ ଫୁଡ୍ ପଇଜନିଂ ହୋଇଛି । ଯଦି ଜାଣିନାହାନ୍ତି ତେବେ ନିମ୍ନୋକ୍ତ ରିପୋର୍ଟ ଉପରେ ନଜର ପକାନ୍ତୁ । ଏହାର ପ୍ରଥମ ଲକ୍ଷଣ ହେଲା ବାନ୍ତି ଲାଗିବା ଏବଂ ମୁଣ୍ଡ ବିନ୍ଧିବା। ଆଖି ସାମ୍ନାରେ ସବୁ ଅନ୍ଧାର ଭଳି ଦିଶିବା। ଯଦି ଆପଣ ମଧ୍ୟାହ୍ନ ଭୋଜନ,ରାତ୍ରି ଭୋଜନ କିମ୍ବା ଫାଷ୍ଟ ଫୁଡ୍ ପ୍ରତିଦିନ ଖାଉଛନ୍ତି ତେବେ ପ୍ରଥମେ ଜାଞ୍ଚ କରି ନିଅନ୍ତୁ ଯେଉଁ ସ୍ଥାନରେ ଆପଣ ଖାଦ୍ୟ ଖାଉଛନ୍ତି ସେହି ଜାଗା ସଫା ସୁତୁରା ଅଛି କି ନାହିଁ । ଏତଦ୍ ବ୍ୟତୀତ ଖାଇବା ପୂର୍ବରୁ ଏବଂ ପରେ ହାତକୁ ଭଲଭାବେ ଧୁଅନ୍ତୁ। ଏମିତି କି ଖାଦ୍ୟ ପ୍ରସ୍ତୁତି ପୂର୍ବରୁ ମଧ୍ୟ ଭଲ ଭାବେ ହାତ ଧୁଅନ୍ତୁ। ଏହା ଦ୍ୱାରା ଖାଦ୍ୟରେ ବ୍ୟାକ୍ଟେରିଆ ଭୟ ରହିବ ନାହିଁ । ଆପଣ ଯଦି ମାଂସାହାରୀ, ତେବେ କଞ୍ଚା ମାଂସକୁ ଛୁଇଁବା ପରେ ହାତକୁ ଭଲଭାବେ ଧୋଇ ଦିଅନ୍ତୁ।ଯେଉଁ ପାତ୍ରରେ ଖାଉଛନ୍ତି, ତାହାକୁ ଭଲ ଭାବେ ଧୁଅନ୍ତୁ। ଯଦି ଫୁଡ ପଏଜନିଂର ଶିକାର ହୋଇଛନ୍ତି, ତେବେ ଅଳ୍ପ ଉଷୁମ ପାଣିରେ ଲେମ୍ବୁ, ଲୁଣ ଓ ଚିନି ମିଶାଇ ସରବତ ପିଇବା ଉଚିତ। କମ୍ ମାତ୍ରାରେ ଫୁଡ ପଏଜନିଂ ହୋଇଥିଲେ ତାହାର ସମାଧାନ ହୋଇଯିବ। ମାତ୍ର ଯଦି ସମସ୍ୟା ଗମ୍ଭୀର ରୂପ ନିଏ, ତେବେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍।