ବାବା ରାମଦେବଙ୍କ ନୂଆ ଯୋଜନା । ଚାକିରି ପାଇବେ ୩୩ ହଜାରରୁ ଅଧିକ ଲୋକ

477

ବେକାରୀ ଯୁବକ ଯୁବତୀଙ୍କ ପାଇଁ ଖୁସି ଖବର । ଆଗାମୀ ଦିନରେ ଯୋଗଗୁରୁ ବାବା ରାମଦେବ ପ୍ରାୟ ୩୪ ହଜାର ଲୋକଙ୍କୁ ନିଯୁକ୍ତ ଦେବାକୁ ଯାଉଛନ୍ତି । ଭିନ୍ନ ଭିନ୍ନ କାଟାଗୋରୀରେ ଏହି ନିଯୁକ୍ତି ଦେବେ ବାବା ରାମଦେବ । ସୂଚନା ଅନୁଯାୟୀ, ରାମଦେବଙ୍କର ପତଞ୍ଜଳୀ କମ୍ପାନି ଆନ୍ଧ୍ରପ୍ରଦେଶର ବିଜୟନଗରମ ଜିଲ୍ଲାରେ ୬୩୪ କୋଟି ଟଙ୍କା ନିବେଶରେ ଏକ ବଡ ଫୁଡ ପାର୍କ ସ୍ଥାପନ କରିବ । ଏହି ପ୍ରୋଜେକ୍ଟ ବାବଦରେ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ସହ ଆଲୋଚନା କରିଛନ୍ତି ବାବା ରାମଦେବ ।

ରାମଦେବଙ୍କ ସହ ଆଲୋଚନା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏହି ପ୍ରୋଜେକ୍ଟ ବାବଦରେ ସବିଶେଷ ତଥ୍ୟ ଦିଆଯାଇଛି । ଏଥିରେ କୁହାଯାଇଛି ଯେ, ପତଞ୍ଜଳି ପକ୍ଷରୁ ଆନ୍ଧ୍ରପ୍ରଦେଶର ଚିନ୍ନାରାଓପଲ୍ଲୀ ଗାଁରେ ୧୭୨ .୮୪ ଏକର ପରିମିତ ଅଞ୍ଚଳରେ ଫୁଡ୍ ଏବଂ ହର୍ବାଲ ପାର୍କ ନିର୍ମାଣ କରାଯିବ । ଯେଉଁଥିରେ ପ୍ରାୟ ୩୩,୪୦୦ ଲୋକଙ୍କୁ ନିଯୁକ୍ତି ମିଳିବ ।

ramdev

ଏହି ଫୁଡ୍ ପାର୍କରେ ଅତ୍ୟାଧୁନିକ ସୁବିଧାର ବ୍ୟବସ୍ଥା ରହିଛି । ଶୀତଳଭଣ୍ଡାର ଠାରୁ ଆରମ୍ଭ କରି ମସଲା ଓ ଶସ୍ୟର ଗ୍ରିଡିଙ୍ଗ ଓ ପ୍ୟାକିଂର ସୁବିଧା ରହିବ । ଏହି ଫଉଡ୍ ପାର୍କରେ ୪୫.୨୦ କୋଟି ଟଙ୍କା ବ୍ୟୟରେ ଏକ ଜୁସ୍ ପ୍ଲାଣ୍ଟ ମଧ୍ୟ ସ୍ଥାପନ କରାଯିବ । ଯେଉଁଥିରୁ ପ୍ରତିଦିନ ୧୫୦୦ ଟନ୍ ଫଳରୁ ଜୁସ ପ୍ରସ୍ତୁତ କରାଯିବ । ଏହି ଫୁଡ୍ ପାର୍କ ଦ୍ୱାରା ରାଜ୍ୟର କୃଷକ ଅଧିକ ଫାଇଦା ପାଇବେ । କାରଣ ଚାଷୀ ମାନେ ଫସଲର ଉପଯୁକ୍ତ ଦାମ ମିଳିବ । ଏବଂ ପନପରିବାକୁ ଶୀତଳ ଭଣ୍ଡାରରେ ରଖାଯିବା ଫଳରେ ଏହା ନଷ୍ଟ ମଧ୍ୟ ହେବ ନାହିଁ ।