ଆଲୁମିନିୟମ ଫଏଲରେ ପ୍ୟାକ୍ ହୋଇଥିବା ଖାଦ୍ୟ ଖାଉଛନ୍ତି କି ? ତେବେ ସାବଧାନ ! ହୋଇପାରେ ସାଂଘାତିକ ରୋଗ ।

17

ଆଧୁନିକରଣ ଯୁଗରେ ଲୋକମାନେ ବହୁତ ଫେସନପ୍ରିୟ ହୋଇଗଲେଣି । ଲୋକମାନେ କେବଳ ଷ୍ଟାଇଲ ପାଇଁ ସୁନ୍ଦର ସୁନ୍ଦର ପୋଷାକ ପିନ୍ଧନ୍ତିନାହିଁ ପୋଷାକ ପିନ୍ଧିବା ସହ ଖାଦ୍ୟ ପେୟରେ ମଧ୍ୟ ଷ୍ଟାଇଲକୁ ଦେଖିଥାନ୍ତି । ଯାହାର ପ୍ରକୋପ ଏବେ ଲୋକଙ୍କ ଶରୀର ଉପରେ ପଡୁଛି । ଏହିଭଳି ଫ୍ୟାସନ ପାଇଁ ଖାସକରି ଝିଅ ଏବଂ ଛୋଟ ପିଲା ମୃତ୍ୟୁର ଶିକାର ହେଉଛନ୍ତି । କାହିଁକିନା ଆଜିକାଲି ଝିଅମାନଙ୍କୁ ଫେସନରେ ରହିବା ଏକ ସଉକ ପାଲଟିଯାଇଛି । ଯେପରିକି ହୋଟେଲରୁ ଖାଦ୍ୟ କିଣିବା ସମୟରେ ଖାଦ୍ୟକୁ ଆଲୁମିନିୟମ ଫଏଲରେ ପ୍ୟାକ କରିବା ।

ଆଲୁମିନିୟମ ଫଏଲରେ ଖାଦ୍ୟ ପ୍ୟାକ କରିବା ଦ୍ୱାରା ଖାଦ୍ୟ ନରମ ଏବଂ ଗରମ ରହିଥାଏ । ଆପଣମାନେ ମଧ୍ୟ ନିଜ ପାଇଁ ହେଉ ଅବା ଘରଲୋକଙ୍କ ପାଇଁ ହୋଟେଲରୁ ରୁଟି ଆଣିବା ବେଳେ ଆଲୁମିନିୟମ ଫଏଲରେ ପ୍ୟାକ କରି ଆଣିଥାନ୍ତି । କିନ୍ତୁ ଆପଣ ଏହା ଜାଣିଛନ୍ତି କି ଆଲୁମିନିୟମ ଫଏଲରେ ଖାଦ୍ୟ କିଛି ସମୟ ରହିବା ପରେ ତାହା ବିଷାକ୍ତ ହୋଇଯାଇଥାଏ ଏବଂ ଶରୀରକୁ ହାନି ପହଞ୍ଚାଇଥାଏ ।

ଆଲୁମିନିୟମ ଫଏଲରେ ଗରମ ଖାଦ୍ୟକୁ ପ୍ୟାକ କରିବା ଦ୍ୱାରା ଫଏଲ ଧିରେ ଧିରେ ତରଳିବାକୁ ଲାଗିଥାଏ । ଯାହାଫଳରେ ଫଏଲର ତତ୍ୱ ଏବଂ ଏଥିରେ ଥିବା ବ୍ୟାକ୍ଟେରିଆ ଖାଦ୍ୟରେ ମିସି ଏଲ୍ଜାଇମ ଏବଂ ଡିମେରିଆ ଭଳି ରୋଗରେ ପରିଣତ ହୋଇଥାଏ । ବେଳେ ବେଳେ ଏପରି ମଧ୍ୟ ଦେଖାଯାଇଥାଏ ଆଲୁମିନିୟମ ଫଏଲରେ ମସଲା ଜାତୀୟ ତରକାରି କିମ୍ବା ଟମାଟୋରେ ତିଆରି ହୋଇଥିବା ଚଟଣି ପ୍ୟାକ କରି ଆଣି ଖାଇବା ଦ୍ୱାରା ଫୁଡ୍ ପଏଜନ ଭଲି ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୋଇଥାଏ । କେବଳ ସେତିକି ନୁହେଁ ଖାଦ୍ୟ ଖାଇବା ପରେ ବଞ୍ଚିଯାଇଥିବା ଖାଦ୍ୟକୁ ଆମେ ଆଲୁମିନିୟମ ପାତ୍ରରେ ପ୍ୟାକ କରି ଫ୍ରିଜରେ ରଖିଦେଇଥାଉ । ଯାହା ବିଶାକ୍ତ ହୋଇ ଶରୀରକୁ ହାନି ପହଞ୍ଚାଇଥାଏ । ତେଣୁ ଯେତେ ସମ୍ଭବ ହେଉ ଆଲୁମିନିୟମ ଫଏଲକୁ ନିଜଠାରୁ ଦୁରେଇ ରଖିବା ଆବଶ୍ୟକ ।