ସୁସ୍ଥ ଜୀବନ ପାଇଁ ଖାଦ୍ୟ !

58

ଆଜିକାଲିର ଆଧୁନିକ ଜୀବନଶୈଳୀ ଓ ଖାଦ୍ୟପେୟ ଯୋଗୁଁ ସବୁକିଛି ପ୍ରଭାବିତ ହେଉଛି । ଧାଁଦୌଡ଼ ତଥା କାର୍ଯ୍ୟବ୍ୟସ୍ତତା ଭରା ଦୈନନ୍ଦିନ ଜୀବନରେ ଖାଦ୍ୟପେୟ ପ୍ରତି ଅଧିକାଂଶ ଅବହେଳା କରୁଛନ୍ତି । ଏହି କାରଣରୁ ସେମାନଙ୍କ ଆୟୁଷ ମଧ୍ୟ ପ୍ରଭାବିତ ହେଉଛି । ଏ ବାବଦରେ ବିଶେଷଜ୍ଞ ଦଳ ଗବେଷଣା କରି କେତୋଟି ତଥ୍ୟ ପ୍ରଦାନ କରିଛନ୍ତି ।

– ସବୁଜ ପନିପରିବା ନିୟମିତ ଖାଇବା ସହ ସପ୍ତାହକୁ ଥରୁଟିଏ ଅନ୍ତତଃ ମାଛ ଖାଇବା ଉଚିତ । ସାମୁଦ୍ରିକ ମାଛ ପ୍ରତ୍ୟେକ ବର୍ଗର ଲୋକେ ଖାଇବା ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ।

– ପ୍ରତ୍ୟହ ଭୋଜନରେ ୮୦ ଗ୍ରାମ୍ ପନିପରିବା ସିଝା ନଚେତ୍ ତରକାରି ଖାଇଲେ ଶରୀରକୁ ଶକ୍ତି ମିଳେ।

– ବିଶେଷଜ୍ଞଙ୍କ କହିବାନୁସାରେ ଯୁବତୀ ତଥା ମହିଳାମାନେ ନିୟମିତ ଗୋଟିଏ ସେଓ ଖାଇବା ଆବଶ୍ୟକ। ଏହା ଉଭୟ ସେମାନଙ୍କ ତ୍ୱଚା ଓ ଶରୀରକୁ ପୋଷକତତ୍ୱ ଯୋଗାଇଥାଏ।

– ନ୍ୟୁଜିଲାଣ୍ଡର ବିଶେଷଜ୍ଞ ଦଳଙ୍କ ପରୀକ୍ଷା ଅନୁସାରେ ପ୍ରତ୍ୟେକ ବ୍ୟଞ୍ଜନରେ ଆବଶ୍ୟକ ପରିମାଣରେ କଞ୍ଚା ଲଙ୍କା ବ୍ୟବହାର କରନ୍ତୁ । ଖାଦ୍ୟକୁ ଅଧିକ ରାଗ ନ କରି କଞ୍ଚା ଲଙ୍କାର ଯଥା ମାତ୍ରାରେ ଉପଯୋଗ ହୃଦରୋଗର ଆଶଙ୍କା କମ୍ କରେ ।

– ଏକ ସର୍ବେକ୍ଷଣରୁ ଜଣାପଡ଼ିଥିଲା ନିୟମିତ ଭାବେ ଭାରତୀୟ ଲୋକ କଞ୍ଚା ଲଙ୍କା ସେମାନେ ବ୍ୟଞ୍ଜନରେ ବ୍ୟବହାର କରୁଥିବାରୁ ବିଦେଶୀଙ୍କ ତୁଳନାରେ କମ୍ ହୃଦଘାତର ଶିକାର ହୋଇଥାନ୍ତି ।

– ସପ୍ତାହକୁ ଥରେ କିମ୍ବା ଦୁଇଥର ଷ୍ଟ୍ରବେରୀ ଫଳ ମଧ୍ୟ ଖାଇବା ଉଚିତ । ଏହି ଫଳ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ ।