ହାଡ଼କୁ ମଜଭୁତ ରଖିବା ପାଇଁ ଖାଦ୍ୟ . . . . .

145

ଶରୀରକୁ ସୁସ୍ଥ ରଖିିବା ପାଇଁ ହାଡ଼ର ଭୂମିକା ଗୁରୁତ୍ୱପୂର୍ଣ୍ଣ । ହାଡ଼ ମଜଭୁତ ନରହିଲେ ଅସ୍ଥି ସମ୍ମନ୍ଧୀୟ ଅନେକ ରୋଗରେ ଆକ୍ରାନ୍ତ ହେବାକୁ ପଡ଼ିଥାଏ । ହାଡ଼ ଦୁର୍ବଳ ହେଲେ ଆଣ୍ଠୁ ଗଣ୍ଠି ଜନିତ ସମସ୍ୟା ସହ ହାତ ଗୋଡ଼ ବିନ୍ଧା ଭଳି ନାନା ଅସ୍ଥିିଗତ ସମସ୍ୟା ଦେଖାଦେଇଥାଏ । ତେବେ ଆମେ ଚାହିଁଲେ ଘରୋଇ ଉପାୟରେ ଏହାର ସମାଧାନ କରିପାରିବା ।

ହାଡ଼ ମଜଭୁତ ରଖିବା ପାଇଁ କ୍ୟାଲସିୟମ, ଭିଟାମିନ-ଡିର ଭୂମିକା ସବୁଠାରୁ ଅଧିକ ଆବଶ୍ୟକ । କ୍ୟାଲସିୟମ ଓ ଭିଟାମିନ ଡ଼ି ର ଅଭାବରୁ ଅଷ୍ଟିଓପୋରେସିସ୍ ରୋଗରୁ ଶିକାର ହେବାକୁ ପଡ଼େ । ଶରୀରରେ ଭିଟାମିନ୍-ଡି ଓ କ୍ୟାଲସିୟମ ମାତ୍ରାକୁ ସନ୍ତୁଳିତ ରଖିବା ପାଇଁ ଖାଦ୍ୟର ଭୂମିକା ସାଙ୍ଗକୁ ମଧ୍ୟମ ଧରଣର ବ୍ୟାୟମ କରିବା ଜରୁରୀ । ଆସନ୍ତୁ ଜାଣିବା କେଉଁ କେଉଁ ଖାଦ୍ୟରେ ଭିଟାମିନ୍-ଡି ଓ କ୍ୟାଲସିୟମ୍ ପ୍ରଚୁର ମାତ୍ରାରେ ଭରି ରହିଛି ।

ଦହିି – ଦହିରେ ଭିଟାମିନ୍-ଡି ଓ କ୍ୟାଲସିୟମର ପରମାଣ ପ୍ରଚୁର ମାତ୍ରାରେ ରହିଛି । କ୍ଷୀର ତୁଳନାରେ ଦହିରେ ୫୦ ପ୍ରତିଶତ ଅଧିକ କ୍ୟାଲସିୟମ୍ ରହିଛି । ଲହୁଣୀ ମିଶା ଦହି ଶରୀର ପାଇଁ ଅତି ଲାଭଦାୟକ । ଦୈନିକ ଏକ କପ୍ ଦହି ଖାଇବା ଦ୍ୱାରା ହାଡ଼ ମଜଭୁତ ହେବା ସହ  ଅସ୍ଥିଗତ ସମସ୍ୟାରୁ ରକ୍ଷା ମିଳେ ।

ଚୁନା ମାଛ – ବଡ଼ ମାଛ ଅପେକ୍ଷା ଛୋଟ ମାଛରେ ଅଧିକ ପରିମାଣର କ୍ୟାଲସିୟମ ଓ ଭିଟାମିନ-ଡି ଭରି ରହିଛି । ପ୍ରତିଦିନ ସମ୍ଭବ ନହେଲେ ସପ୍ତାହରେ କମରେ ଦୁଇରୁ ତିନି ଥର ଚୁନା ମାଛ ଖାଆନ୍ତୁ ।

ଅଣ୍ଡା – ଅଣ୍ଡାରେ ଭିଟାମିନ-ଡିର ମାତ୍ରା ପ୍ରଚୁର ପରିମାଣରେ ଥାଏ । ଅଣ୍ଡାର ଧଳା ଅଂଶ ଅପେକ୍ଷା ହଳଦିଆ ଅଂଶରେ ଅଧିକ ଭିଟାମିନ-ଡି ରହିଛି । ସପ୍ତାହରେ ୩ରୁ ୪ ଥର ଅଣ୍ଡା ଖାଇବା ଆବଶ୍ୟକ ।

ପାଳଙ୍ଗ ଶାଗ – ଯଦି ଆପଣ ଶାଗ ଖାଇବା ପାଇଁ ପସନ୍ଦ କରନ୍ତò, ତେବେ ପ୍ରତିଦିନ ଅଳ୍ପ କିଛି ଶାଗ ଖାଆନ୍ତୁ । ହାଡ଼ ପାଇଁ ଅନ୍ୟ ଶାଗ ଖାଇବା ଅପେକ୍ଷା ପାଳଙ୍ଗ ଶାଗ ଏକ ଭଲ ବିକଳ୍ପ । ଶରୀରରେ କ୍ୟାଲସିୟମର ପରିମାଣ ବଢ଼ାଇବା ପାଇଁ ପାଳଙ୍ଗ ଶାଗ ବେଶ୍ ଉପଯୋଗୀ । ପାଳଙ୍ଗ ଶାଗରେ ଆଇରନ୍ ଓ ଭିଟାମିନ୍ ପ୍ରଚୁର ପରିମାଣର ଥାଏ ।

କମଳା ଜୁସ୍ – କମଳାରେ ଭିଟାମିନ ଡି ଓ କ୍ୟାଲସିୟମ ପ୍ରଚର ମାତ୍ରାରେ ରହିଛି । ତେଣଉ ପ୍ରତିଦିନ ଏକରୁ ଦୁଇ ଗ୍ଲାସ୍ କମଳା ଜୁସ୍ ପିଇବା ଉଚିତ୍ । ବଜାରରେ ମିଳୁଥିବା ଜୁସ୍ ଅପେକ୍ଷା ଘରେ ତିଆରି ହେଉଥିବା ଜୁସ୍ ଅଧିକ ସହାୟକ ।