ଛନକା ଭରିଲା ଛତିଶଗଡ଼ର ଧାନ ବୋନସ । ସୂର୍ଯ୍ୟ ପାତ୍ର କହିଲେ, ମନଇଛା ବୋନସ୍ ଦିଆଯାଇପାରିବନି । ରାଜ୍ୟ ରାସ୍ତାରେ ବାଧା ଦେଉଛି କେନ୍ଦ୍ର ।

ସୂର୍ଯ୍ୟ କହିଲେ, ଚାଷୀଙ୍କୁ ବୋନସ ମନ ଇଛା ଦେଇପାରିବେନି ରାଜ୍ୟ ସରକାର, ବାଧା ସାଜିଛି କେନ୍ଦ୍ର ।

341

କନକ ବ୍ୟୁରୋ: ରାଜ୍ୟରେ ଚାଷୀଙ୍କ ପାଇଁ ଧାନ ବୋନସ ନେଇ ଦାବି ଉଠୁଥିବା ବେଳେ ଖାଦ୍ୟ ଯୋଗାଣମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଛାଡ଼ିଛନ୍ତି ଗୁଗଲୀ । ମୋଦି ସରକାରଙ୍କୁ ଟାର୍ଗେଟ କରି ସୂର୍ଯ୍ୟ ପାତ୍ର କହିଛନ୍ତି ଯେ, କେନ୍ଦ୍ରସରକାରଙ୍କ ନିୟମ ପାଇଁ ରାଜ୍ୟ ସରକାର ଚାଷୀଙ୍କ ବୋନସ ବଢ଼ାଇପାରୁ ନାହାନ୍ତି । ରାଜ୍ୟ ସରକାର ନିଜ ଇଛାରେ କେବେ ବି ଏମଏସପି ଠାରୁ ଅଧିକ ମୂଲ୍ୟ ଚାଷୀଙ୍କୁ ଦେଇପାରିବେ ନାହିଁ ବୋଲି ରୋକଠୋକ କହିଛନ୍ତି ସୂର୍ଯ୍ୟ । ତେବେ ଛତିଶଗଡ଼ର ପୂର୍ବତନ ରମଣ ସିଂ ସରକାର କେନ୍ଦ୍ର ଗାଇଡ଼ଲାଇନ୍ ଉଲଙ୍ଘନ କରି ଚାଷୀଙ୍କ ବୋନସ ବଢାଇଥିଲେ । ପରେ ଆମେ ଏନେଇ କେନ୍ଦ୍ର ସରକାରଙ୍କ ଠାରୁ ସ୍ପଷ୍ଟିକରଣ ମାଗିଥିଲୁ ଏବଂ ପରେ ଛତିଶଗଡ଼ ଏହାକୁ ବନ୍ଦ କରିଦେଇଛି । କିନ୍ତୁ ଯଦି ଏବେ ଛତିଶଗଡ଼ରେ କ୍ଷମତାକୁ ଆସିଥିବା ସରକାର ଚାଷୀଙ୍କ ବୋନସ ବଢ଼ାନ୍ତି ତେବେ ସେନେଇ ବିଚାର କରାଯିବ ।

paddy priceକେନ୍ଦ୍ର ସରକାରଙ୍କ ଗାଇଡ଼ ଲାଇନ୍ ଅନୁସାରେ କୌଣସି ରାଜ୍ୟ ଏମଏସପି ଠାରୁ ଅଧିକ ମୂଲ୍ୟ ଚାଷୀଙ୍କୁ ଦେଇପାରିବ ନାହିଁ । ଯଦି କୌଣସି ରାଜ୍ୟ ଏଭଳି କରେ ତେବେ ସେହି ରାଜ୍ୟର ଚାଉଳ ଅନ୍ୟରାଜ୍ୟକୁ ରପ୍ତାନୀ କରାଯାଇ ପାରିବ ନାହିଁ । କିନ୍ତୁ ଛତିଶଗଡ଼ରେ ପୂର୍ବରୁଥିବା ରମଣ ସିଂ ସରକାର ୩୦୦ଟଙ୍କା ପର୍ଯ୍ୟନ୍ତ ବୋନସ ରାଶି ଚାଷୀଙ୍କୁ ଦେଇଥିଲେ । ପରେ ଏହାକୁ ବନ୍ଦ କରିଦେଲେ । ଏବେ ଯଦି ଛତିଶଗଡ଼ କଂଗ୍ରେସ ସରକାର ଚାଷୀଙ୍କୁ ଦେବା ପାଇଁ ଘୋଷଣା କରିଛନ୍ତି ତେବେ ଏହା କେଉଁ ଆଧାରରେ କରିବେ ସେନେଇ ମଧ୍ୟ କେନ୍ଦ୍ର ସରକାରଙ୍କୁ ସ୍ପଷ୍ଟିକରଣ ମାଗିବ ବିଜେଡ଼ି ବୋଲି କହିଛନ୍ତି ସୂର୍ଯ୍ୟ ।

One 2 One : Exclusive Interview With Surya Narayan Patroକୃଷି ଓ କୃଷକଙ୍କ ପାଇଁ ରାଜ୍ୟ ଦୀର୍ଘ ୧୮ ବର୍ଷ ହେବ ବିଜୁ ଜନତା ଦଳ ବିହିତ ପଦକ୍ଷେପ ଗ୍ରହଣ କରୁଛନ୍ତି । ନିକଟରେ ମରୁଡ଼ିରେ ପ୍ରଭାବିତ ହୋଇଥିବା ଚାଷୀଙ୍କୁ ୧୦୦ ଟଙ୍କା ଅଧିକ ବୋନସ ଦେଇଥିଲେ ରାଜ୍ୟ ସରକାର । ଚାଷୀ ଆମ ପରିବାର ଭଳି ତେଣୁ ଚାଷୀଙ୍କ ସ୍ୱାର୍ଥରକ୍ଷା ପାଇଁ କୌଣସ ସାଲିସ କରାଯିବ ନାହିଁ । ଚାଷୀ ପରିବାର ପାଇଁ ଖୁବ୍ ଶୀଘ୍ର ନବୀନ ସରକାର ବଡ଼ ଘୋଷଣା କରିବେ ବୋଲି ସୂର୍ଯ ପାତ୍ର କହିଛନ୍ତି । ତେବେ ବର୍ତ୍ତମାନ ଓଡ଼ିଶାର ଚାଷୀଙ୍କୁ ନେଇ ଉଭୟ ଶାସକ ଓ ବିରୋଧୀ ଆନ୍ଦୋଳନକୁ ଓହ୍ଲାଇବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି । ଏବେ ଏହି ଚାଷୀ କାର୍ଡ଼ କିଏ ଏବଂ କେବେ ଖୋଲିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି ।