ତୁହାକୁ ତୁହା ବର୍ଷା ଚାଲିଛି ରାଜଧାନୀରେ । ଜାତୀୟ ରାଜପଥ ଶୂନ ଶାନ, ଘରୁ ପଦାକୁ ବାହାରୁ ନାହାନ୍ତି ଲୋକ

ବାତ୍ୟା ଫୋନିର ପ୍ରଭାବରେ ପୁରୀ ସମେତ ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି

893

କନକ ବ୍ୟୁରୋ : ବାତ୍ୟା ଫୋନିର ପ୍ରଭାବରେ ପୁରୀ ସମେତ ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି । ପୁରୀ, ଜଗତସିଂହପୁର, ଭୁବନେଶ୍ୱର, ବ୍ରହ୍ମପୁର ସମେତ ଅନେକ ଜିଲ୍ଲାରେ ବର୍ଷା ଲାଗି ରହିଛି । ତେବେ ମିଳିଥିବା ସୂଚନା ଅନୁସାରେ ରାଜଧାନୀରେ ବି ବର୍ଷା ଲାଗି ରହିଛି । ଦିନ ଯେତିକି ଯେତିକି ବଢୁଛି ବର୍ଷାର ପରିମାଣ ମଧ୍ୟ ସେତିକି ସେତିକି ବଢିବାରେ ଲାଗିଛି । ପ୍ରବଳ ବର୍ଷା ସାଙ୍ଗକୁ ପବନର ବେଗ ମଧ୍ୟ ବଢିବାରେ ଲାଗିଛି । ଫୋନି ପ୍ରଭାବରେ ପ୍ରବଳ ବର୍ଷା ହେଉଛି । ସକାଳୁ ହିଁ ବର୍ଷାର ପରିମାଣ ବଢିଥିବା ଦେଖାଯାଇଛି । ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନ ହେଉଥିବା କାରଣରୁ ରାସ୍ତା ଘାଟ ମଧ୍ୟ ଶୂନଶାନ ହୋଇପଡିଛି ।

କାଁ ଭାଁ ଗୋଟିଏ ଦୁଇଟି ଗାଡିକୁ ଛାଡି ଦେଲେ ପ୍ରାୟତଃ ଜାତୀୟ ରାଜପଥରେ ଗାଡି ଏତେ ପରିମାଣରେ ଚଳାଚଳ ମଧ୍ୟ କରୁନଥିବା ଦେଖାଯାଇଛି । ତେବେ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଫୋନି ଲ୍ୟାଣ୍ଡଫଲର ପ୍ରକ୍ରିୟା ଚାଲିଛି । ଏହାର ପ୍ରଭାବରେ ଅନେକ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ପବନର ବେଗ ମଧ୍ୟ ବଢିବାରେ ଲାଗିଛି । ବର୍ଷା ସାଙ୍ଗକୁ ପବନର ବେଗ ଅଧିକ ଥିବାରୁ ଲୋକମାନେ ମଧ୍ୟ ଘରୁ ବାହାରକୁ ବାହାରି ପାରୁନାହାନ୍ତି । ଗତକାଲି ମଧ୍ୟ ବାତ୍ୟା ଲ୍ୟାଣ୍ଡ ଫଲ ସମୟରେ ଘରୁ ନବାହାରିବା ପାଇଁ ସରକାର ଲୋକମାନଙ୍କୁ ଅପିଲ କରିଥିଲେ । ତେବେ କହିବାକୁ ଗଲେ ବାତ୍ୟା ଫୋନିର ପ୍ରଭାବ ରାଜଧାନୀରେ ମଧ୍ୟ ଦେଖିବାକୁ ମିଳିଛି ।