ରାତିରେ ପାଠ ପଢିବା ଏବଂ ଅନ୍ୟାନ୍ୟ କାମ କରିବାକୁ ଭଲ ପାଆନ୍ତି କି ! ଆପଣାନ୍ତୁ ଏହି ଟିପ୍ସ, ଆସିବନି ନିଦ ।
ଯଦି ଆପଣ ସକାଳେ ନିଜ ପାଠପଢା କିମ୍ବା କୌଣସି ଅନ୍ୟାନ୍ୟ କାମ କରିପାରୁନାହାନ୍ତି ତେବେ ଆପଣ ରାତିରେ ମଧ୍ୟ ତାହା କରିପାରିବେ । ଏପରିକି ରାତିରେ ମଧ୍ୟ ଭଲ ଭାବରେ ପାଠ ପଢିପାରିବେ । ତେବେ ରାତିରେ ପାଠ ପଢିବା ଏଥିପାଇଁ ଭଲ ହୋଇଥାଏ କାରଣ ଆପଣଙ୍କ ପାଖରେ କୌଣସି କାମ କରିବାକୁ ନଥାଏ । ତେଣୁ ଆପଣ ରାତିରେ ମନ ଲଗାଇ ପାଠ ପଢିପାରିବେ । କିନ୍ତୁ ରାତିରେ ପାଠ ପଢିବା ସମୟରେ ଆପମଙ୍କୁ କିଛି ଖାସ କଥା ଉପରେ ଗୁରୁତ୍ୱ ଦେବା ପାଇଁ ପଡିବ, ଯାହାଦ୍ୱାରା ଆପଣ ଭଲ ଭାବରେ ପାଠ ପଢିପାରିବେ ।
Kanak News is now on WhatsApp
Join and get latest news updates delivered to you via WhatsApp
ଯେତେବେଳେ ଆପଣ ରାତିରେ ପଢିବା ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି ତେବେ ଏହା ପୂର୍ବରୁ ଆପଣ ଆପଣଙ୍କ ନିଦ ସମ୍ପୂର୍ଣ୍ଣ କରିଦିଅନ୍ତୁ । ଯେପରିକି ରାତିରେ ପଢିବା ସମୟରେ ଆପଣଙ୍କୁ ନିଦ ନଲାଗେ । ତେବେ ରାତିରେ ଅନିଦ୍ରା ହୋଇ ପାଠ ପଢିବା ପାଇଁ କଫି ଆପଣଙ୍କୁ ସାହାଯ୍ୟ କରିବ । କଫି ଦ୍ୱାରା ଆପଣ ନିଦକୁ ଦୂରରେ ରଖିପାରିବେ । ଏବେ କଫି ପିଇଲେ ଆପଣଙ୍କୁ ଭୋକ ମଧ୍ୟ ଲାଗିବ ନାହିଁ । ଏବଂ ଏହା ଦ୍ୱାରା ଆପଣଙ୍କୁ ସତେଜ ଅନୁଭବ ହେବ ।
ଅନେକ ବିଦ୍ୟାର୍ଥୀ ଅଛନ୍ତି, ଯେଉଁମାନେ ଗୋଟିଏ ଷ୍ଟଡି ଲ୍ୟାମ୍ପ ଲଗାଇ ପାଠ ପଢିଥାନ୍ତି ଏବଂ ଏହା ଦ୍ୱାରା ଘରର ପ୍ରାୟ ଅନ୍ୟ ଭାଗ ଗୁଡିକ ଅନ୍ଧାରରେ ରହିଥାଏ । ଏପରି ହେବା ଦ୍ୱାରା ଆପଣଙ୍କୁ ଆଳସ୍ୟ ଲାଗିବ ଏବଂ ଖୁବ ଶୀଘ୍ର ନିଦ ଆସିଯିବ । ତେଣୁ ପାଠ ପଢୁଥିବା ଘର ଆଲୋକିତ ରଖନ୍ତୁ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପାଠ ପଢିବା ସମୟରେ ବେଡରେ ଶୋଇ ପାଠ ପଢନ୍ତୁ ନାହିଁ । ଏପରି କରିବା ଦ୍ୱାରା ଏହା ନିଦକୁ ଆମନ୍ତ୍ରିତ କରିଥାଏ । ଏଥିପାଇଁ ପାଠ ପଢିବା ସମୟରେ ସବୁବେଳେ ବସି ରୁହନ୍ତୁ ।