ଡିଭାଇସ୍ ରୋକିବ ଦୁର୍ଘଟଣା ! ଘନ କୁହୁଡିରେ ଟ୍ରେନ୍ ହେବନାହିଁ ବିଳମ୍ବ ,ଭାରତୀୟ ରେଲୱେ କରୁଛି ଏମିତି ଏକ ନୂଆ ପ୍ରୟାସ 

34

ଘନ କୁହୁଡିରୁ ରକ୍ଷା ପାଇବା ରେଲୱେ ଟ୍ରେନରେ ଫଗ୍ ସେଫ୍ ଡିଭାଇସ୍ ଲଗାଇବା ଆରମ୍ଭ କରିଛି  । ଆସନ୍ତା ଦିନରେ ଟ୍ରେନର ଆଉ ବିଳମ୍ବ ହେବ ନାହିଁ ଘନ କୁହୁଡିରେ ବି ଏହା ଠିକ୍ ଟାଇମରେ ଷ୍ଟେସନରେ ପହଁଚିଯିବ ।  ଏହା ସହ ଦୁର୍ଘଟଣା ଘଟିବାର ସମ୍ଭାବନା ବି କମିଯିବ । ଘନ କୁହୁଡିରୁ ମୁକ୍ତି ପାଇଁ ରେଲୱେ ବିଭାଗ ଟ୍ରେନରେ ଫଗ୍ ସେଫ୍ ଡିଭାଇସ୍ ଲଗାଇବା ଆରମ୍ଭ କରିଦେଇଛି ।  ଏବେସୁଦ୍ଧା ପାଖାପାଖି  ୧,୦୦୦ ଟ୍ରେନରେ ଏହି ଡିଭାଇସ୍ ଲଗାଯାଇ ସାରିଛି ।

୫୦୦୦ଟ୍ରେନରେ ଏହାକୁ ଲଗାଇବାର ଯୋଜନା ରହିଛି । ୧ଲକ୍ଷର ଦାମର ଏହି ଡିଭାଇସରୁ ଡ୍ରାଇଭରକୁ ଆସୁଥିବା ସିଗନାଲ୍ ଓ କ୍ରସିଂର ସୂଚନା ପାଖାପାଖି ୨ କିଲୋମିଟର ପୂର୍ବରୁ ମିଳିଯାଏ । ଯାହା ଦ୍ୱାରା  ଡ୍ରାଇଭର ସଚେତନ ହୋଇଯିବ ।  କିନ୍ତୁ ଏହି ଡିଭାଇସ୍  ସିଗନାଲର କଲର କହିନଥାଏ ।

ଜିପିଏସ୍ ଦ୍ୱାରା ପରିଚାଳିତ ଏହି ଡିଭାଇସ ଦ୍ୱାରା  ବହୁତ ସାହାଯ୍ୟ ମିଳିବ । ପୂର୍ବରୁ କିନ୍ତୁ ଡ୍ରାଇଭରକୁ ଟ୍ରେନରୁ ଓହ୍ଲାଇ  ସିଗନାଲକୁ ଦେଖିବାକୁ ହେଉଥିଲା । ଏବେ  ପ୍ରଥମେ ଏହାର ସୂଚନା ମିଳିଯାଉଛି ।  ଏହି ଡିଭାଇସ୍ ଲାଗିଲା ଟ୍ରେନକୁ ବହୁତ ସାହାଯ୍ୟ ମିଳିଛି । ପୂର୍ବରୁ ଟ୍ରେନ କୁହୁଡି ପାଗରେ ୧୦ରୁ ୧୫ କିଲୋମିଟର ପ୍ରତି ଘଣ୍ଟାରେ  ଚାଲୁଥିଲା । ଏବେ ଏହି ଡିଭାଇସ ଫଳରେ ଏହା ପ୍ରତି ଘଣ୍ଟାରେ ୩୦ କିଲୋମିଟର ଯାଏ ପହଁଚିପାରୁଛି ।

( ସୌଜନ୍ୟ- ଏନଡି ଟିଭି)