ପୁଣି କୁହୁଡିରେ ଆଚ୍ଛାଦିତ ହେଲା ଭୁବନେଶ୍ୱର । ୧୦ ମିଟର ରାସ୍ତା ଦେଖିବା କଷ୍ଟକର, ଗାଡି ଚଳାଚଳ ପ୍ରଭାବିତ

କୁହୁଡି ବଳୟରେ ରାଜଧାନୀ

42
କନକ ବ୍ୟୁରୋ : କୁହୁଡି ବଳୟରେ ରାଜଧାନୀ । ରାଜ୍ୟରେ ଶୀତର ପ୍ରକୋପ ସାମାନ୍ୟ କମିଥିବା ବେଳେ ଆଜି ସକାଳୁ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଛି । ଘନ କୁହୁଡିର ଆସ୍ତରଣ ଯୋଗୁଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି । କୁହୁଡି ଯୋଗୁଁ ରାଜଧାନୀରେ ଗାଡି ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି । ଲୋକେ ସକାଳୁ ସକାଳୁ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଅତି ନିକଟରୁ ରାସ୍ତାଘାଟ ମଧ୍ୟ ଦେଖାଯାଉନଥିଲା ।
କୁହୁଡି ଯୋଗୁଁ ରାସ୍ତାରେ ଗାଡିଗୁଡିକ ଲାଇଟ୍ ଦେଇ ଯା’ ଆସ କରିବାର ଦେଖିବାକୁ ମିଳିଥିଲା ତେବେ ପୂର୍ବରୁ ମଧ୍ୟ ଲଗାତାର ଭାବରେ ସାରା ରାଜ୍ୟରେ କୁହୁଡି ଦେଖିବାକୁ ମିଳିଥିଲା ।  କୁହୁଡି ପାଇଁ ଅନେକ ଦୁର୍ଘଟଣା ମଧ୍ୟ ହେବାର ନଜର ରହିଛି । ତେବେ ଆଉ କେତେ ଦିନ ଏପରି ଭାବରେ କୁହୁଡି ଲାଗିରହିବ ତାହାର ସୂଚନା ମିଳିନାହିଁ ।

Comments are closed.