କୁହୁଡିର ବଳୟ ଭିତରେ ସମଗ୍ର ଉତ୍ତର ଭାରତ : ବିମାନ ଚଳାଚଳ ସହ ଜନଜୀବନ ପ୍ରଭାବିତ

39

କନକ ବ୍ୟୁରୋ : କୁହୁଡିର ବଳୟ ଭିତରେ ସମଗ୍ର ଉତ୍ତର ଭାରତ । ଘନ କୁହୁଡି ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି । ବିମାନ ଚଳାଚଳ ଓ ରେଳ ଚଳାଚଳାରେ ବାଧା ଦେଖା ଦେଇଛି । ନୂଆ ଦିଲ୍ଲୀରୁ ଆସୁଥିବା ୬୧ ଟି ଟ୍ରେନ ସମୟରେ ବିଳମ୍ବ ହୋଇଛି । ସେହିପରି ୨୧ ଟି ଟ୍ରେନକୁ ମଧ୍ୟ ବାତିଲ କରାଯାଇଛି । ଉତ୍ତର ରେଳପଥ ଅଧିକାରୀଙ୍କ ସୂଚନା ଅନୁସାରେ ଭୁବନେଶ୍ୱର ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ନିର୍ଦ୍ଦାରିତ ସମୟଠାରୁ ୨୫ ଘଂଟା ବିଳମ୍ବରେ ଚାଲୁଛି ।

ସେହିପରି ନନ୍ଦନକାନ ସୁପରଫାଷ୍ଟ ମଧ୍ୟ ୨୬ ଘଂଟା ବିଳମ୍ବରେ ଚାଲୁଛି ବୋଲି ରେଳବିଭାଗ କହିଛି । ତେବେ ଇନ୍ଦିରାଗାନ୍ଧି ଆନ୍ତର୍ଜାତୀୟ ବିମାନବନ୍ଦରରେ କୈାଣସି ବିମାନର ଚଳାଚଳକୁ ବାତିଲ କରାଯାଇନାହିଁ ବୋଲି ଜଣାପଡିଛି । କିନ୍ତୁ କେତେକ ଆନ୍ତର୍ଜାତୀୟ ବିମାନ ପହଁଚିବାରେ ବିଳମ୍ବ ହୋଇଥିବା ସୂଚନା ମିଳିଛି ।