କେବେକେବେ ଲାଲୁ ଯାଇଛନ୍ତି ଜେଲ୍ ? ରାଜନୀତି ଯେତିକି ବିବାଦ ବି ସେତିକି !

42

ରାଂଚିର ସିବିଆଇ କୋର୍ଟ ଚାରା ଘୋଟାଲା ମାମଲାରେ ରାଷ୍ଟ୍ରୀୟ ଜନତା ଦଳ ( ଆରଜେଡି) ସୁପ୍ରିମୋ ଲାଲୁ ଯାଦବଙ୍କୁ ସାଢେ ତିନି ବର୍ଷ ସଜା ଦେଇଛନ୍ତି । କୋର୍ଟ ତାଙ୍କ ଉପରେ ୫ଲକ୍ଷ ଟଙ୍କାର ଜୋରିମାନା ମଧ୍ୟ ଲଗେଇଛନ୍ତି । ଏହା ପୂର୍ବରୁ ତାଙ୍କୁ ୨୩ ଡିସେମ୍ବରରେ ଦୋଷୀ କରାଯାଇଥିଲା । ଏବଂ ଜେଲ୍ ପଠାଇଦିଆଯାଇଥିଲା ।

ଆପଣ ଜାଣନ୍ତି , ଲାଲୁ ଯାଦବଙ୍କ ଜେଲ୍ ସହ ସଂପର୍କ ବହୁତ ପୁରୁଣା । ଏହା ପ୍ରଥମ ଥର ନୁହେଁ । ସେ ଏବେସୁଦ୍ଧା ଜେଲରେ ୩୭୫ ଦିନରୁ ଅଧିକ ଦିନ ଜେଲରେ ବିତାଇସାରିଲେଣି । ତାଙ୍କୁ ନିର୍ବାଚନ ଲଢିବା ପାଇଁ ପୂର୍ବରୁ ପ୍ରତିବନ୍ଧକ ଲଗାଯାଇସାରିଛି । ଲାଲୁ ଯାଦବଙ୍କ ଉପରେ ଚାରା ଘୋଟାଲାକୁ ନେଇ ଭିନ୍ନ ଭିନ୍ନ ୬ଟି ମାମଲା ଚାଲୁ ରହିଛି ।ଏହାପୂର୍ବରୁ ୩ ଅକ୍ଟୋବର ୨୦୧୩ରେ ଚାରା ଘୋଟାଲା ସହ ଜଡିତ ଏକ ମାମଲାରେ ଲାଲୁଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଏହି ମାମଲାରେ ୩୭ କୋଟି ଟଙ୍କାର ଘୋଟାଲା ସାମ୍ନାକୁ ଆସିଥିଲା । କୋର୍ଟ ଏହି ମାମଲାରେ ଲାଲୁ ଯାଦବଙ୍କୁ ୫ ବର୍ଷର ଜେଲ ଦଣ୍ଡ ଓ ୨୫ ଲକ୍ଷ ଟଙ୍କାର ଜୋରିମାନା ଲଗାଇଥିଲେ ।

ଏହାପରେ ଲାଲୁ ଯାଦବଙ୍କୁ ରାଂଚିର ବିର୍ସା ମୁଣ୍ଡା ଜେଲରେ ରଖାଯାଇଥିଲା । କିନ୍ତୁ ଡିସେମ୍ବର ୨୦୧୩ରେ ତାଙ୍କୁ କୋର୍ଟରୁ ବେଲ୍ ମିଳିଥିଲା । ଏହାପରେ ଲାଲୁ ଯାଦବଙ୍କୁ ରାଂଚିର ବିର୍ସା ମୁଣ୍ଡା ଜେଲରୁ ବାହାର କରାଯାଇଥିଲା । ୧୯୯୬ମସିହାରେ ପଶୁପାଳନ ବିଭାଗର ଅଫିସରେ ଚଢାଉ କରାଯାଇଥିଲା । ଏହି ସମୟରେ କିଛି ନକଲି କଂପାନୀଗୁଡିକ ଦ୍ୱାରା ଅର୍ଥ ହେରଫେର୍ କରିବାର ମାମଲା ସାମ୍ନାକୁ ଆସିଥିଲା । ଏହାପରେ ୧୧ମାର୍ଚ୍ଚ ୧୯୯୬ରେ ପାଟନା ହାଇକୋର୍ଟ ସିବିଆଇକୁ ଏହି ଘୋଟାଲର ଯାଂଚ ଆଦେଶ ଦେଇଥିଲେ ।

୧୯୯୬ରେ ସିବିଆଇ ଚାଇବାସା ଟ୍ରେଜରୀ ମାମଲାରେ ପ୍ରାଥମିକ ଭାବେ କେସ୍ ଦାଖଲ କଲେ ଏବଂ ୨୩ ଜୁନରେ ୧୯୯୭ରେ ସିବିଆଇ ଆରୋପ ପତ୍ର ଦାଖଲ କଲେ । ଏବଂ ଲାଲୁ ପ୍ରସାଦ ଯାଦବଙ୍କୁ ଆରୋପୀ ସାବ୍ୟସ୍ତ କଲେ । ୩୦ ଜୁଲାଇ ୧୯୯୭ରେ ଲାଲୁ ପ୍ରସାଦ ସିବିଆଇ କୋର୍ଟରେ ଆତ୍ମସର୍ମପଣ କଲେ । ଏହାପରେ ତାଙ୍କୁ ଜୁଡିସିଆଲ କଷ୍ଟୋଡିରେ ଜେଲ ପଠାଇଦିଆଗଲା ।

ସାତ ଥର ଜେଲ ଯାଇସାରିଛନ୍ତି ଲାଲୁ ଯାଦବ – ଜେଲରେ କିଛି ଦିନ ବିତେଇବା ଲାଲୁଙ୍କ ପାଇଁ ରାଜନୈତିକ ସ୍ତରରେ ସବୁବେଳେ ଫାଇଦାପୂର୍ଣ୍ଣ ସାବ୍ୟସ୍ତ ହୋଇଛି । ଲାଲୁ ଯାଦବ ଆପାତ୍ତକାଳ ସମୟରେ କିଛି ସମୟ ଜେଲରେ ବିତେଇଥିଲେ । ଏବଂ ଏହାପରେ ୧୯୭୭ମସିହାରେ ସେ ଲୋକସଭା ନିର୍ବାଚନ ଜିତିଥିଲେ । ୧୯୯୭ଜୁଲାଇରେ ଚାରା ଘୋଟାଲା ମାମଲାରେ ସମର୍ପଣ କରିବା ପରେ ଏପର୍ଯ୍ୟନ୍ତ ଲାଲୁ ଯାଦବ ୭ଥର ଜେଲ୍ ଯାଇସାରିଲେଣି ।

( ସୌଜନ୍ୟ- ଆଜତକ୍ )