ଖୁବଶୀଘ୍ର ବଜାରକୁ ଆସିବ ଉଡନ୍ତା କାର, ଥରେ ଚାର୍ଜ କଲେ ଉଡିବ ୮୦୦ କିଲୋମିଟର

72

ଖୁବଶୀଘ୍ର ବଜାରକୁ ଆସିବ ଉଡନ୍ତା କାର । ଲୋକପ୍ରିୟ କାର ନିର୍ମାତା କମ୍ପାନି ରୋଲ୍ସ ରୟସ୍ ଘଣ୍ଟା ପ୍ରତି ୪୦୦ କିଲୋମିଟର ବେଗରେ ଯାଉଥିବା ଟ୍ୟାକ୍ସି ନିର୍ମାଣ କରୁଛି । ୨୦୨୦ ପୂର୍ବରୁ ଏହି ଟ୍ୟାକ୍ସି ଲଞ୍ଚ କରିବାକୁ ଅଣ୍ଟା ଭିଡିଛି କମ୍ପାନି । ଏହି ଟ୍ୟାକ୍ସିରେ ଗୋଟିଏ ଥରକେ ପାଞ୍ଚ ଜଣ ଯାତ୍ରୀ ଯାତ୍ରା କରି ପାରିବେ । ସବୁଠୁ ବଡ କଥା ହେଲା, ଏହାକୁ ଥରେ ଚାର୍ଜ କଲେ ୮୦୦ କିଲୋମିଟର ଦୂର ପର୍ଯ୍ୟନ୍ତ ଏହା ଯାତ୍ରା କରିପାରିବ ।

କମ୍ପାନି ମୁତାବିକ, ଚଳିତ ସପ୍ତାହରେ ହାମ୍ପସାୟାରରେ ହେବାକୁ ଥିବା ଏୟାର ସୋରେ ଏହାର ପ୍ରଦର୍ଶନ କରାଯିବ । ଏହି ଉଡନ୍ତା ଟ୍ୟାକ୍ସି ପୂର୍ବରୁ ରୟାଲ୍ସ ରୟସ୍ କମ୍ପାନି ଉଡାଜାହାଜ, ହେଲିକପ୍ଟର ଓ ସିପ୍ ଇଞ୍ଜିନ ମଧ୍ୟ ନିର୍ମାଣ କରିଛି ।

ରୟାଲ୍ସ ରୟସ୍ କମ୍ପାନି ଏହି ଉଡନ୍ତା ଟ୍ୟାକ୍ସିରେ ଏମ ୨୫୦ ଗ୍ୟାସ ଟରବାଇନ ଜ୍ଞାନକୌଶଳ ବ୍ୟବହାର କରାଯାଇଛି । ଯାହାଦ୍ୱାରା ଏଥିରୁ ୫୦୦ କିଲୋୱାଟର ଶକ୍ତି ଉତ୍ପନ କରାଯାଇପାରିବ । ଏଥିରେ କମ ଶବ୍ଦ କରୁଥିବା ଇଞ୍ଜିନର ବ୍ୟବହାର କରାଯିବ । ସବୁଠୁ ବଡ କଥା ହେଲା, ଏଥିରେ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯାଇଥିବାରୁ ଏହାକୁ ବାରମ୍ବାର ବାରମ୍ବାର ଚାର୍ଜ କରିବାକୁ ପଡିବ ନାହିଁ । ଏହା ୯୦ ଡିଗ୍ରି ପର୍ଯ୍ୟନ୍ତ ଘୂରି ପାରୁଥିବା ବେଳେ ସିଧାସଳଖ ଉପରକୁ ଉଠି ପାରୁଥିବା ବେଳେ ସମାନ ଢଙ୍ଗରେ ଲ୍ୟାଣ୍ଡିଂ କରିପାରିବ ।