ବଲିଉଡର ନୂଆ ସିରିୟଲ କିସର୍ : କଟ୍ ପରେ ମଧ୍ୟ ଚାଲିଥିଲା ଟାଇଗର୍ ଓ ଜ୍ୟାକଲିନଙ୍କ କିସିଂ ସିନ୍

84

Capture1ଫିଲ୍ମି ଫ୍ରାଇଡେରେ ରିଲିଜ୍ ହୋଇଛି ସୁପର ହିରୋ ଆକ୍ସନ ମୁଭି ‘ଫ୍ଲାଇଂ ଜଟ୍ଟ’ । ରେମୋ ଡି’ସୁଜା ନିର୍ଦେଶିତ ଏହି ମୁଭିରେ ଲିଡ୍ ରୋଲରେ ଟାଇଗର୍ ଶ୍ରଫ୍ ଓ ଜ୍ୟାକଲିନଙ୍କ ସହ ନଜର ଆସିଛନ୍ତି ରେସଲର ନେଥନ ଜୋନ୍ସ । ଟାଇଗରଙ୍କୁ ଏଥିରେ ଜଣେ ସୁପର୍ ହିରୋଙ୍କ ଭୂମିକାରେ ଦେଖିବାକୁ ମିଳିଛି । ଆଉ ତାଙ୍କର ଲେଡିଲଭ୍ ସାଜିଛନ୍ତି ଜ୍ୟାକଲିନ୍ ।

ତେବେ ମୁଭିର ସୁଟିଂ ସମୟରେ ହୋଇଥିବା ଏକ ଘଟଣା ଏବେ ଚର୍ଚ୍ଚାରେ । ଫିଲ୍ମରେ ଟାଇଗର୍ ଓ ଜ୍ୟାକଲିନଙ୍କ ଏକ ଛୋଟ କିସିଂ ସିନ୍ ଥିଲା । ଆଉ ଉଭୟ ଏହି ସିନକୁ ବହୁତ ଖୁସିର ସହ କରିଥିଲେ । ତେବେ ସବୁଠାରୁ ମଜାଦାର କଥା ହେଉଛି ନିର୍ଦେଶକ କଟ୍ କହିବା ପରେ ମଧ୍ୟ ଉଭୟଙ୍କ ଏହି କିସିଂ ସିନ୍ ବନ୍ଦ ହୋଇନଥିଲା ।

ପୂର୍ବରୁ ଏହି ମୁଭିର ଟ୍ରେଲରକୁ ବେଶ୍ ପସନ୍ଦ କରାଯାଇଛି। ଏହାସହ ଫ୍ଲାଇଂ ଜଟ୍ଟର ଗୀତଗୁଡିକ ମଧ୍ୟ ସୋସିଆଲ ସାଟଇରେ ଭାଇରାଲ ହୋଇଛି । ଏହି ମୁଭି ଜରିଆରେ ପରିବେଶ ପ୍ରଦୂଷଣ ରୋକିବା ପାଇଁ ସନ୍ଦେଶ ଦିଆଯାଇଛି । ଜଣେ ସାଧାରଣ ଯୁବକକୁ ସୁପର ପାୱାର ମିଳିବା ପରେ ତାଙ୍କ ଜୀବନରେ କ’ଣ ସବୁ ପରିବର୍ତନ ଆସିଛି ତାହାକୁ ନେଇ ଗତିଶୀଳ ହୋଇଛି ମୁଭି ।