ଶ୍ରୀମନ୍ଦିର ଉପରେ ପୁଣି ଉଡିଲା ଡ୍ରୋନ । ମନ୍ଦିର ଭିତରର ଫଟୋ ଉଠାଉଥିବା ବେଳେ ଧରିଲା ପୋଲିସ, ୮ ଅଟକ

53

କନକ ବ୍ୟୁରୋ : ପୁରୀ ଜଗନ୍ନାଥ ମନ୍ଦିର ଉପରେ ପୁଣି ଉଡିଲା ଡ୍ରୋନ । ଏମାର ମଠ ଉପରୁ ଡ୍ରୋନ ସାହାଯ୍ୟରେ ଶ୍ରୀମନ୍ଦିରର ଚିତ୍ରତ୍ତୋଳନ କରୁଥିବା ବେଳେ ପୋଲିସ ଡ୍ରୋନ କ୍ୟାମେରା ଜବତ କରିଛି । ଏହି ଘଟଣାରେ ସିଂହଦ୍ୱାର ଥାନା ପୋଲିସ ୮ ଜଣ ବଙ୍ଗୀୟ ପର୍ଯ୍ୟଟକଙ୍କୁ ଅଟକ ରହିଛି । ଡ୍ରୋନ କ୍ୟାମେରା ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ସିଂହଦ୍ୱାର ଥାନା ପୋଲିସ । ସୁରକ୍ଷା ଦୃଷ୍ଟିରୁ ଶ୍ରୀମନ୍ଦିର ଉପରେ ଡ୍ରୋନ କ୍ୟାମେରା ଉଡାଇବା ବ୍ୟାନ ହୋଇଥିବା ବେଳେ ଏଥିପାଇଁ ସେମାନେ ଅନୁମତି ଆଣିଥିବା ପୋଲିସ ଆଗରେ କହିଛନ୍ତି ।

PURIବାରମ୍ବାର ଶ୍ରୀମନ୍ଦିର ଉପରେ ଡ୍ରୋନ କ୍ୟାମେରା ଉଡୁଥିବାରୁ ଏବେ ମନ୍ଦିରର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହାପୂର୍ବରୁ ସୋସିଆଲ ମିଡିଆରେ ଶ୍ରୀମନ୍ଦିରର ବେଢାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଆକାଶମାର୍ଗରୁ ଡ୍ରୋନ କ୍ୟାମେରା ସାହାଯ୍ୟରେ ଉଠାଯାଇଥିବା ଏହି ଫଟୋରେ ଭୋଗମଣ୍ଡପ, ନାଟମଣ୍ଡପ, ଜଗମୋହନ, ଲକ୍ଷ୍ମୀମନ୍ଦିର, ସୂର‌୍ୟ୍ୟମନ୍ଦିର ଓ ଶ୍ରୀମନ୍ଦିର ସ୍ପଷ୍ଟ ଭାବେ ଜଣାପଡୁଛି । ପଶ୍ଚିମ ଦ୍ୱାର ନିକଟରେ ଥିବା କୋଠାବାଡି ସହ ପରିସରରେ ଶହ ଶହ ଭକ୍ତ ଉପସ୍ଥିତ ଥିବା ସ୍ପଷ୍ଟ ଦୃଶ୍ୟମାନ ହେଉଥିଲା ।