ବିପଦଜନକ ଫ୍ଲୁ ର ପ୍ରକୋପ ଏବଂ ସଂକ୍ରମଣରୁ ଏମିତି ଭାବେ ନିଜକୁ ରଖନ୍ତୁ ସୁରକ୍ଷିତ

38

ପ୍ରତିବର୍ଷ ବାର୍ଡ ଫ୍ଲୁ ଭାଇରସ୍ ବିଷୟରେ ଶୁଣିଥିବେ, ଯେଉଁଥିରେ କୁକୁଡାଙ୍କ ମୃତ୍ୟୁ ଅଧିକ ହୁଏ । ଏହି ଫ୍ଲୁ ଅନ୍ୟ ପକ୍ଷୀଙ୍କୁ ମଧ୍ୟ ବ୍ୟାପେ । ଏହି ସଂକ୍ରମଣ ମଣିଷଙ୍କ ପାଇଁ କ୍ଷତିକାରକ ହୋଇପାରେ । କର୍ଣ୍ଣାଟକର ବାଙ୍ଗାଲୁରୁରେ ବାର୍ଡ ଫ୍ଲୁ ଐ୫ ଭାଇରସ୍ ପଜିଟିଭ୍ ମିଳିଛି । NIHSAD (National Institute of High Security Animal Diseases) ପୁଷ୍ଟି କରିଛି ଯେ ଏହି ଭାଇରସ୍ ଏବେ ନିୟନ୍ତ୍ରଣରେ ଅଛି । ମଣିଷ ଉପରେ ଏହାର କୈାଣସି ପ୍ରଭାବ ଦେଖିବାକୁ ମିଳିନି ।

ଏହି ସଂକ୍ରମଣ ଆରମ୍ଭରେ ପକ୍ଷୀଙ୍କ ମଳରୁ ବ୍ୟାପେ । ମଣିଷଙ୍କ ଠାରେ ଏହି ଭାଇରସ୍ ପକ୍ଷୀଙ୍କ ସଂପର୍କରେ ଆସିଲେ ବା ଚିକେନ୍ ଖାଇବା ଦ୍ୱାରା ବ୍ୟାପେ । ଏହି ଭାଇରସ୍ ବ୍ୟାପିବା ସମୟରେ ଚିକେନ୍ ଖାଇବା ଉଚିତ୍ ନୁହେଁ । ଆସନ୍ତୁ ଜାଣିବା ଏହି ଘାତକ ଭାଇରସ୍ ବ୍ୟାପିବାର ମୁଖ୍ୟ କାରଣ କ’ଣ ଓ ଆପଣ ଏହାଠୁ କେମିତି ବଂଚିବେ ।

ବାର୍ଡ ଫ୍ଲୁ ର ଲକ୍ଷଣ : ଭୀଷଣ ଜ୍ୱର ହେବା, ସର୍ଦି ହେବା ଓ ନାକ ବହିବା, ଗଳା ଫୁଲିବା, ତଳପେଟରେ ଯନ୍ତ୍ରଣା ହେବା, ଭୀଷଣ ମୁଣ୍ଡ ବ୍ୟଥା ଇତ୍ୟାଦି ।

କେମିତି ରଖିବେ ନିଜକୁ ସୁରକ୍ଷିତ :

-ଯଦି ଆପଣ ଏହି ସଂକ୍ରମଣର ଶିକାର ଅଛନ୍ତି । ତେବେ କାଶିବା, ଛିଙ୍କିବା ସମୟରେ ମୁହଁ ଏବଂ ନାକ କପଡାରେ ଘୋଡାନ୍ତୁ ।

-ଭିଡ ସ୍ଥାନ ବା କୁକୁଡା ପାଳନ କେନ୍ଦ୍ରକୁ ଯାଆନ୍ତୁନି ।

-ସ୍ଥାନ ସ୍ଥାନରେ ଥୁକନ୍ତୁ ନାହିଁ ।

-କାଶ, ଛିଙ୍କ ଓ ଜ୍ୱରରେ ପୀଡିତ ରୋଗୀଙ୍କ ଠାରୁ କିଛି ଦୂରତା ବଜାୟ ରଖିବା ଉଚିତ୍ ।

-ବାର୍ଡ ଫ୍ଲୁ ବ୍ୟାପିବା ସମୟରେ ଚିକେନ୍ ଓ ଅଣ୍ଡାକୁ ଉପଯୋଗ କରନ୍ତୁ ନାହିଁ ।

-ଅଧିକ ପାଣି ପିଅନ୍ତୁ ଏବଂ ପୁଷ୍ଟିସାର ଜାତୀୟ ଖାଦ୍ୟ ଖାଆନ୍ତୁ ।

-ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ ନିଅନ୍ତୁ ।