କ୍ଷମତା ଯେଉଁଠି, ଫୁଲ ସେଇଠି! ନବୀନ ନିବାସରୁ ସଚିବାଳୟ ଯାଏଁ ସବୁଠି ପହଞ୍ଚିଲା ନୂଆବର୍ଷର ଫୁଲ ତୋଡ଼ା ।

36

କନକ ବ୍ୟୁରୋ : ଯେଉଁଠି କ୍ଷମତା ଥାଏ, ଯେଉଁଠି ପ୍ରଭାବ ଥାଏ, ସେଇଠିକୁ ଆପେ ଆପେ ଛୁଟିଆସେ ଶୁଭେଚ୍ଛାର ସୁଅ । ସେ ନେତା ହୁଅନ୍ତୁ, ପ୍ରଶାସକ ହୁଅନ୍ତୁ ଅବା ପ୍ରଭାବଶାଳୀ ବ୍ୟକ୍ତି । ନୂଆବର୍ଷର ପ୍ରଥମ ଦିନରେ ଏମିତି କିଛି ଶୁଭେଚ୍ଛାର ଚିତ୍ର କଏଦ କରିଥିଲା କନକ ନ୍ୟୁଜ୍ ।

vlcsnap-2018-01-01-22h04m29s196ପହଂଚିଲା ନୂଆବର୍ଷର ଫୁଲ ତୋଡ଼ା । ନୂଆବର୍ଷର ପ୍ରଥମ ସକାଳ ବେଶ ଚଳଚଂଚଳ ହୋଇଉଠିଥିଲା ନବୀନ ନିବାସ । ନୂଆବର୍ଷର ଶୁଭେଚ୍ଛା ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଛୁଟି ଥିଲେ ନେତା, ବିଧାୟକ ସାଂସଦଙ୍କ ସହ ସାଧାରଣ ଜନତା । ଆଉ ଏହାକୁ ବେଶ ଆନନ୍ଦରେ ଗ୍ରହଣ କରିଥିଲେ ମୁଖ୍ୟମନ୍ତ୍ରୀ । ପୂରା ନବୀନ ନିବାସରେ ଛାଇଯାଇଥିଲା ଫୁଲର ସମ୍ଭାର । କେବଳ ନବୀନ ନିବାସ ନୁହେଁ ସଚିବାଳୟରେ ଗୋଟିଏ ଚାମ୍ବରରୁ ଆଉ ଗୋଟିଏ ଚାମ୍ବରକୁ ବୁଲୁଥିଲା ଭଳିକି ଭଳି ରଙ୍ଗବେରଙ୍ଗର ଫୁଲତୋଡା । ମନ୍ତ୍ରୀ, ବିଧାୟକ ସହ ବଡ ବଡ ବାବୁ ମାନଙ୍କୁ ଫୁଲ ତୋଡ଼ା ଦେଇ, ନୂଆ ବର୍ଷରେ ନୂଆ ଆରମ୍ଭ କରିବାକୁ ଉଦ୍ୟମ ହୋଇଥିଲା । ଆଉ ଏହାପାଇଁ ବଜାରରେ ବଢିଯାଇଥିଲା ଫୁଲର ଭାଉ ।

କ୍ଷମତା ନଥିଲେ ବି ପ୍ରଭାବ ଥିଲେ ମଧ୍ୟ ପହଂଚିଯାଏ ନୂଆବର୍ଷର ଫୁଲତୋଡ଼ା । ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର, ବର୍ତମାନ ଦଳୀୟ ପଦକୁ ଛାଡ଼ି ଦେଲେ କୌଣସି କ୍ଷମତାରେ ନାହାଁନ୍ତି, ହେଲେ ଲୋକଙ୍କ ଭଲ ପାଇବା ଏବେବି ରହିଛି ତାହା ଛୋଟରୁ ବଡ ଫୁଲ ତୋଡ଼ା ହିଁ ବୟାନ କରୁଛି । ଅନୁରୁପ ଭାବରେ ନିକଟରେ ମନ୍ତ୍ରୀ ପଦ ଏବଂ ଦଳୀୟ ପଦ ହରାଇଥିବା ଡକ୍ଟର ଦାମୋଦର ରାଉତଙ୍କ ପାଖରେ ଫୁଲତୋଡ଼ା ଆକାରରେ ଛୁଟିଥିଲା ଶୁଭେଚ୍ଛାରୁ ସୁଅ । ପଦପଦବୀରେ ସିନା ନାହାଁନ୍ତି ଡକ୍ଟର ରାଉତ, କିନ୍ତୁ ବିଧାୟକ ଏବଂ ପ୍ରଭାବଶାଳୀ ନେତା ଭାବରେ ବେଶ କାଟତି । ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ପାଖରେ ବି ପହଂଚିଛି ନେତା ଓ କର୍ମୀଙ୍କୁ ଶୁଭେଚ୍ଛାର ଫୁଲତୋଡ଼ା ।ଏହା ଲୋକଙ୍କର ଭଲପାଇବା ବୋଲି କହିଛନ୍ତି ପ୍ରସାଦ । ଏସବୁ ଭିତରେ ଆଶା କରିବା ଏହି ଶୁଭେଚ୍ଛା ଫୁଲତୋଡ଼ା ଫୁଲ ଦେଉଥିବା ଏବଂ ଫୁଲ ନେଉଥିବା ବ୍ୟକ୍ତିଙ୍କ ଭିତରେ ସଂପର୍କ ଆହୁରିମଜବୁତ କରିବ ।