ତୃତୀୟ ସାହି ସ୍ନାନରେ ନାଗା ସାଧୁ ଓ ଶ୍ରଦ୍ଧାଳୁଙ୍କ ଉପରେ ହେଲିକାପ୍ଟରରୁ ହେଲା ପୁଷ୍ପ ବର୍ଷା : ସୁନ୍ଦର ମୁହୂର୍ତ୍ତକୁ କ୍ୟାମେରାରେ କଏଦ କଲେ ଦର୍ଶକ

93

ଦୁନିଆର ସବୁଠାରୁ ବଡ ଆଧ୍ୟାତ୍ମିକ, ସାଂସ୍କୃତିକ ଓ ମାନବ ସମାଗମ କୁମ୍ଭ ମେଳାରେ ପତିତ ପାବନୀ ଗଙ୍ଗା, ଶ୍ୟାମଳ ଯମୂନା ଓ ଅଦୃଶ୍ୟ ସରସ୍ୱତୀଙ୍କ ସଙ୍ଗମରେ ଶ୍ରଦ୍ଧାର ବୁଡ ପକାଇଥିବା ଶ୍ରଦ୍ଧାଳୁ ଓ ତୃତୀୟ ସାହି ସ୍ନାନରେ ନାଗା ସାଧୁଙ୍କ ଶୋଭାଯାତ୍ରାରେ ଆକାଶ ମାର୍ଗରୁ ହେଲିକାପ୍ଟରରୁ ଫୁଲ ବର୍ଷା କରାଯାଇଛି । ଏହା ପୂର୍ବରୁ ମକର ସଂକ୍ରାନ୍ତି ପୂର୍ବରୁ ସାହି ସ୍ନାନ ପରେ ମୌନି ଅମାବାସ୍ୟାର ଦ୍ୱିତୀୟ ବଡ ସାହି ସ୍ନାନରେ ମଧ୍ୟ ନାଗା ସାଧୁ ଓ ସ୍ନାନ କରୁଥିବା ଶ୍ରଦ୍ଧାଳୁଙ୍କ ଉପରକୁ ହେଲିକାପ୍ଟରରେ ପୁଷ୍ପ ବର୍ଷା କରାଯାଇଥିଲା । ହେଲିକାପ୍ଟରରୁ ୪ଟି ଚକ୍ରରେ ପୁଷ୍ପ ବର୍ଷା ହେଉଥିଲା ।

ଏହି ପୁଷ୍ପ ବର୍ଷା କରୁଥିବା ହେଲିକେପ୍ଟର ଶ୍ରଦ୍ଧାଳୁଙ୍କ ଧ୍ୟାନ ଆକର୍ଷଣ କରୁଥିଲା । ନଦୀ ଘାଟରେ ଥଣ୍ଡା ପବନ ଧିରେ ଧିରେ ବହୁଥିଲା । ତଥାପି ବି ଶ୍ରଦ୍ଧାଳୁଙ୍କ ଶ୍ରଦ୍ଧା କମୁନଥିଲା । ସେମାନେ ସଙ୍ଗମରେ ବୁଡ ପକାଇ ଚାଲିଥିଲେ । ଏବଂ ପୁଷ୍ପ ବର୍ଷା ହେଉଥିବା ଦେଖି ଆନନ୍ଦ ଉଠାଉଥିଲେ । ନାଗା ସନ୍ୟାସୀଙ୍କ ଦଳ ସଙ୍ଗମ ତଟରେ ପହଂଚିବା କ୍ଷଣି ଅକାଶମାର୍ଗରୁ ହେଲିକାପ୍ଟରରୁ ଗୋଲାପ, ଗେଣ୍ଡୁ ଓ ଅନ୍ୟ ଫୁଲ ବର୍ଷା ହୋଇଥିଲା । ଲୋକମାନେ ସେହି ଅବିସ୍ମରଣୀୟ ମୁହୂର୍ତ୍ତକୁ କ୍ୟାମେରାରେ କଏଦ କରୁଥିଲେ ।