ହୀରାକୁଦରୁ ଛଡାଗଲା ଏବର୍ଷର ପ୍ରଥମ ବନ୍ୟାଜଳ :୨ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ

20

କନକ ବ୍ୟୁରୋ : ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ଛଡାଯାଇଛି । ପ୍ରଥମେ ୭ ନମ୍ବର ଗେଟ ଖୋଲାଯାଇଛି । ଏବେ ଆଉ ଗୋଟିଏ ଗେଟ ଖୋଲାଯାଇଛି । ୨ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । କେହି ମହାନଦୀ ମଧ୍ୟକୁ ନଯିବା ପାଇଁ ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ସତର୍କ କରାଇଛନ୍ତି । ବନ୍ୟାର ଜଳ ଛାଡିବା ପୂର୍ବରୁ ପ୍ରଥମେ ପୂଜାର୍ଚ୍ଚନା କରାଯାଇଥିଲା ।

ଗତବର୍ଷ ଅଗଷ୍ଟ ୫ତାରିଖରେ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଥିଲା । ସେପଟେ ବର୍ଷା ହେବା ଫଳରେ କଲମାର ସବୁ ୬୬ଟି ଯାକ ଗେଟକୁ ଖୋଲିଦେଇଛନ୍ତି ଛତିଶଗଡ ସରକାର । ଫଳସ୍ୱରୂପ ହୀରାକୁଦ ଜଳଭଣ୍ଡାରକୁ ଅଧିକ ଜଳ ପ୍ରବେଶ କରୁଛି । ଜଳସ୍ତର ମଧ୍ୟ ସେହି ଅନୁସାରେ ବଢିଚାଲିଛି ।