ଅପରାହ୍ନରେ ମୁଣ୍ଡଳି ଆସୁଛି ହୀରାକୁଦରୁ ଛଡାଯାଇଥିବା ବନ୍ୟାଜଳ : ହୀରାକୁଦର ୧୭ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ, ବନ୍ଦ ହେବ ଆଉ ୫ଟି ଗେଟ୍

44

କନକ ବ୍ୟୁରୋ : ମୁଣ୍ଡଳି ପହଂଚିବ ବନ୍ୟାଜଳ । ହୀରାକୁଦରୁ ଛଡାଯାଇଥିବା ପ୍ରଥମ ବନ୍ୟାଜଳ ଆଜି ସନ୍ଧ୍ୟା ୬ଟା ସୁଦ୍ଧା ମୁଣ୍ଡଳି ଛୁଇଁବ । ଏବେ ମୁଣ୍ଡଳିରେ ୨ ଲକ୍ଷ ୯ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ପୂର୍ବାପେକ୍ଷା ଏଠାରେ ଜଳସ୍ତର ଖୁବ୍ କମ ରହିଛି । ସେହିପରି ମୁଣ୍ଡଳିରେ ଜଳସ୍ତରର ବିପଦ ସଙ୍କେତ ୯୭ ଥିଲା ବେଳେ ଏବେ ଏହା ୮୧ରେ ରହିଛି । ବିପଦ ସ୍ତରଠାରୁ ଖୁବ ତଳେ ରହିଛି ଜଳସ୍ତର । ତେଣୁ ବନ୍ୟା ଆଶଙ୍କା କମ୍ ରହିଛି ବୋଲି କୁହାଯାଉଛି ।

ହୀରାକୁଦ ଜଳଭଣ୍ଡାରର ୫ଟି ଗେଟ୍ ବନ୍ଦ ପାଇଁ ନିର୍ଦ୍ଦେଶ । ହୀରାକୁଦରୁ ୧୭ଟି ଗେଟ୍ ଦେଇ ଗତକାଲିଠାରୁ ଜଳ ନିଷ୍କାସନ ହେଉଥିବା ବେଳେ ଆଜି ଆଉ ୫ଟି ଗେଟ୍ ବନ୍ଦ କରିବା ପାଇଁ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି । ପର୍ଯ୍ୟାୟ କ୍ରମେ ଗୋଟିଏ ପରେ ଗୋଟିଏ କରି ୫ଟି ଗେଟ୍ ବନ୍ଦ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୨ ଦଶମିକ ୨୫ ଫୁଟ୍ ରହିଛି । ସେକେଣ୍ଡ ପିଛା ୯୪ ହଜାର ୮୬୯ କ୍ୟୁସେକ୍ ଜଳ ଜଳଭଣ୍ଡାରକୁ ପ୍ରବେଶ କରୁଥିବା ବେଳେ ପ୍ରତି ସେକେଣ୍ଡରେ ୨ ଲକ୍ଷ ୭୧ ହଜାର ୪୦୮ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି । ଉପର ମୁଣ୍ଡରେ ଲଗାଣ ବର୍ଷା ପରେ ଜଳଭଣ୍ଡାରର ଜଳସ୍ତର ବଢିବା ପରେ ଗତକାଲି ପର୍ଯ୍ୟାୟ କ୍ରମେ ୨୦ଟି ଗେଟ୍ ଖୋଲାଯାଇଥିଲା । ଆସନ୍ତା ୨୯ ତାରିଖର ଲଘୁଚାପ ଓ ୨୭ ତାରିଖର ପୂର୍ଣ୍ଣିମାକୁ ଦୃଷ୍ଟିରେ ରଖି ଅଧିକ ଗେଟ୍ ଖୋଲା ଯାଇଥିଲା । ଜଳଭଣ୍ଡାରର ଜଳକୁ ୬୦୯ ଫୁଟ୍ ରଖିବା ପାଇଁ ଉଦ୍ୟମ କରାଯାଉଛି ।