ସତର୍କ ହେଲା ସ୍ୱାସ୍ଥ୍ୟ ବିଭାଗ । ‘ତିତଲି’ ପ୍ରଭାବିତଙ୍କୁ ସହାୟତା ଯୋଗାଇବା ପାଇଁ ଅଣ୍ଟା ଭିଡ଼ିଲେ ସ୍ୱାସ୍ଥ୍ୟମନ୍ତ୍ରୀ ।

38

କନକ ବ୍ୟୁରୋ: ତିତିଲି ପରବର୍ତି ଲଗାଣବର୍ଷାରେ ପ୍ରଭାବିତ ଜିଲ୍ଲାମାନଙ୍କରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମୀକ୍ଷା । ପ୍ରଭାବିତ ଅଂଚଳରେ ସ୍ୱାସ୍ଥ୍ୟସେବା ବଜାୟ ରଖିବାକୁ ନିର୍ଦ୍ଦେଶ । ପ୍ରଭାବିତ ଜିଲ୍ଲାମାନଙ୍କରେ ସ୍ୱାସ୍ଥ୍ୟ ସମସ୍ୟା ପ୍ରତି ସତର୍କ ନଜର ରଖିବାକୁ ଏବଂ କୌଣସି ସ୍ଥାନରେ ଯେପରି ମହାମାରୀ ନବ୍ୟାପେ ସେଥିପ୍ରତି ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ।

ସବୁ ସ୍ଥାନରେ ଆବଶ୍ୟକୀୟ ଔଷଧ , ସାଲାଇନ , ସାପକାମୁଡା ଇଂଜେକସନ୍ , ବିଚିଂ , ଓ.ଆର୍.ଏସ୍ ଏବଂ ହାଲୋଜେନ ବଟିକା ଯଥେଷ୍ଟ ପରିମାଣରେ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ । ଆବଶ୍ୟକ ଅନୁଯାୟୀ ମେଡିକାଲ ରିଲିଫ୍ କେନ୍ଦ୍ର ଖୋଲିବା, ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ୟୁନିଟ୍ ମୁତୟନ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି । ନୋଡାଲ ଅଧିକାରୀମାନଙ୍କ ବ୍ୟତିତ ବିଭାଗର ବରିଷ୍ଠ ପଦାଧିକାରୀମାନେ ପ୍ରଭାବିତ ଜିଲ୍ଲାମାନଙ୍କୁ ଯାଇ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ତଦାରଖ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ବିଭାଗର ସ୍ୱତନ୍ତ୍ର ସଚିବଙ୍କ ସମେତ ଅତିରିକ୍ତ ନିର୍ଦ୍ଦେଶକ ମାନେ ଆସନ୍ତା କଲି ଠାରୁ ଗଞ୍ଜାମ , ଗଜପତି , ରାୟଗଡା ଜିଲ୍ଲା ଗସ୍ତରେ ଯାଉଛନ୍ତି ।

heavy rainବର୍ତ୍ତମାନ ସୁଦ୍ଧା ୨୨୨ଟି ମେଡିକାଲ ରିଲିଫ୍ କେନ୍ଦ୍ର କାର‌୍ୟ୍ୟକରୁଥିବା ବେଳେ ୮୪ ଟି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ କେନ୍ଦ୍ର ନିୟୋଜିତ ହୋଇଛି । ପୂର୍ବ ପ୍ରସ୍ତୁତି ଅନୁଯାୟୀ ୨୧୨ ଜଣ ବର୍ଭବତୀ ମହିଳାଙ୍କୁ ସୁରକ୍ଷିତ ପ୍ରସବ ପାଇଁ ସ୍ଥାନାନ୍ତର କରାଯାଇ ମା’ ଗୃହ ଏବଂ ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କୁ ଆଣି ରଖାଯାଇଛି । ଆଗାମୀ ଦିନମାନଙ୍କରେ ସ୍ୱାସ୍ଥ୍ୟ ଜନିତ ସମସ୍ୟାର ମୁକାବିଲା ନିମନ୍ତେ ସତର୍କ ରହିବାକୁ ମନ୍ତ୍ରୀ ଶ୍ରୀ ଜେନା ନିର୍ଦ୍ଦେଶ ଦେଇଛନ୍ତି । ସଚିବାଳୟ ଠାରେ ଅନୁଷ୍ଠିତ ଉକ୍ତ ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡାଃ ପ୍ରମୋଦ କୁମାର ମେହେର୍ଦ୍ଦା , ରାଜ୍ୟ ମେଡିକାଲ ନିଗମ ଏମ୍.ଡି ଅର୍ଚ୍ଚନା ପଟ୍ଟନାୟକ ,ସ୍ୱତନ୍ତ୍ର ସଚିବ ଡାଃ ବି.କେ.ବ୍ରହ୍ମା , ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡାଃ ହରପ୍ରସାଦ ପଟ୍ଟନାୟକଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।