ବଡମ୍ବା ମା ଭଟ୍ଟାରିକା ମନ୍ଦିରକୁ ବନ୍ୟା କଲା ବେହାଲ : ମନ୍ଦିର ଭିତରେ ପଶିଲା ପାଣି, ପାହାଡ ଉପରକୁ ସ୍ଥାନାନ୍ତର ହେଲେ ଠାକୁରାଣୀ ସେପଟେ କଟକ ବାଙ୍କିରେ ପୋଲ ଉପରେ ୫ଫୁଟର ପାଣି

59

କନକ ବ୍ୟୁରୋ: ପାଣି ଘେରରେ ବଡମ୍ବାର ଭଟ୍ଟାରିକା ମନ୍ଦିର । ପ୍ରାୟ ୨ଦିନ ଧରି ଏହିପରି ଜଳବନ୍ଦୀ ହୋଇ ରହିଛି ଭଟ୍ଟାରିକା ମନ୍ଦିର । ମନ୍ଦିର ଚାରିକଡେ ପାଚେରୀ ନଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ମନ୍ଦିର ଚାରି କଡେ ପାଣି ରହିଥିବାରୁ ଏଠାରେ ପୂଜା ବନ୍ଦ ରହିଛି । କେବଳ ଏତିକି ନୁହେଁ, ମନ୍ଦିର ଭିତରେ ମଧ୍ୟ ପାଣି ପଶିଯାଇଛି । ମାଆ ଭଟାରିକାଙ୍କ ଚଳନ୍ତି ପ୍ରତିମାକୁ ପାହାଡ ଉପରକୁ ସ୍ଥାନାନ୍ତର କରାଯାଇଛି ।

ଫଳରେ ଲୋକମାନେ ମାଆଙ୍କ ଦର୍ଶନ କରିବାରୁ ବଂ ଚିତ ହୋଇଛନ୍ତି । ସ୍ଥାନୀୟ ଲୋକଙ୍କ କହିବାନୁସାରେ ପୂର୍ବବର୍ଷମାନଙ୍କରେ ମହାନଦୀରେ ପାଣି ଆସିଲେ ମନ୍ଦିରକୁ ପାଣି ମାଡେ । ଏହି ପାଣିକୁ ନିଷ୍କାସନ କରିବାର ବି କୌଣସି ବାଟ ନାହିଁ । ନଦୀରୁ ପାଣି ଛାଡିବା ପରେ ଏହି ମନ୍ଦିର ପାଣି ଘେରରୁ ମୁକ୍ତ ହୋଇଥାଏ । ପ୍ରଶାସନିକ ଅଧିକାରୀମାନେ ମଧ୍ୟ ପାଣିକାଢିବା ନେଇ ନିଜର ଅସହାୟତା ପ୍ରକାଶ କରନ୍ତି । କାହିଁକି ନା ଥରେ ପାଣି ଆସିଲେ ପ୍ରାୟ ୫ଦିନ ପର୍ଯ୍ୟନ୍ତ ଏପରି ସ୍ଥିତି ଜାରି ରହେ ।

ସେପଟେ, ତିନି ଦିନର ଲଗାଣ ବର୍ଷା ଯୋଗୁଁ କଟକ ବାଙ୍କିରେ ବନ୍ୟା ପରିସ୍ଥିତି । ବାଙ୍କୀର ସୁବର୍ଣ୍ଣପୁର ହୁଳହୁଳା ପୋଲ ଉପରେ ବହୁଛି ବନ୍ୟା ଜଳ । ପୋଲ ଉପରେ ୫ଫୁଟର ପାଣି ବହୁଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ବନ୍ଦାଳ ଓ ରତାଗଡକୁ ସଂପୂର୍ଣ୍ଣଭାବରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।