ରାୟଗଡା ଓ କଳାହାଣ୍ଡି ପରେ ନବରଙ୍ଗପୁରରେ ବନ୍ୟା ପରିସ୍ଥିତି ! ଫୁଲୁଛି ପେଟଫୁଲା ନଦୀ

38

କନକ ବ୍ୟୁରୋ : ରାୟଗଡାର କଲ୍ୟାଣସିଂହପୁର ଓ କଳାହଣ୍ଡି ପରେ ନବରଙ୍ଗପୁରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ନବରଙ୍ଗପୁରରେ ପେଟଫୁଲା ନଦୀ ଫୁଲୁଛି । ଫଳରେ ବିଭିନ୍ନ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । ଏବେ ବି ବର୍ଷା ଲାଗି ରହିଥିବା ବେଳେ ବନ୍ୟାକୁ ନେଇ ଆଶଙ୍କାରେ ସମୟ କାଟୁଛନ୍ତି ଲୋକେ । ଏବେ ଘନସୁଲି ପୋଲ ଓ ମାକିଆ ପୋଲ ଉପରେ ୫ ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି ।

ଫଳରେ ଜନଜୀବନ ପ୍ରଭାବିତ ହୋଇଥିବା ବେଳେ ନବରଙ୍ଗପୁରରୁ ବିଭିନ୍ନ ସ୍ଥାନରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ନବରଙ୍ଗପୁର-କଳାହାଣ୍ଡି ଓ କୋଶାଗୁମୁଡା-ପାପଡାହାଣ୍ଡିରୁ ସମ୍ପୂର୍ଣ୍ଣ ଭାବେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବହୁ ଅଂଚଳ ଜଳବନ୍ଦି ହୋଇ ରହିଥିବା ବେଳେ ଶହଶହ ଲୋକ ପାଣି ଘେରରେ ରହିଛନ୍ତି ।