ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ! ପୋଟେରୁ ସମେତ ସାବେରୀ ଓ ସିଲୋରୀ ନଦୀରେ ବଢୁଛି ଜଳସ୍ତର, ତଳି ଅଂଚଳରେ ବନ୍ୟା ଆଶଙ୍କା

29

କନକ ବ୍ୟୁରୋ: ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା । ୨୪ ଘଂଟାର ଲଗାଣ ବର୍ଷାରେ ବେହାଲ୍ ହୋଇଛି ମାଲକାନଗିରି । ଜିଲ୍ଲା ସହର ମହକୁମା ସମେତ ସମସ୍ତ ବ୍ଲକରେ ଏଭଳି ବର୍ଷା ଲାଗି ରହିଛି । ଫଳରେ ମାଲକାନଗିରି ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି ।

ଗତକାଲିଠାରୁ ଲଗାଣ ବର୍ଷା ହେବା କାରଣରୁ ଲୋକେ ଘରୁ ବାହିରବା କଷ୍ଟକର ହୋଇପଡିଛି । ସେପଟେ ପ୍ରବଳ ବର୍ଷା ଯୋଗୁଁ ପୋଟେରୁ ସମେତ ସାବେରୀ, ସିଲୋରୀ ନଦୀରେ ଜଳ ସ୍ତର ବୃଦ୍ଧି ପାଇଛି ।

ସେହିପରି କାଲିମେଳା କୋରକୁଣ୍ଡା ପୋଲ ଉପରେ ୩ ଫୁଟର ପାଣି ବହୁଥିବା ବେଳେ କର୍ଲାକୋଟାରେ ପୋଲ ଉପରେ ୫ ଫୁଟ ଉଚର ପାଣି ପ୍ରବାହିତ ହେଉଛି । ତଳିଆ ଅଂଚଳରେ ଏବେ ବନ୍ୟା ଆଶଙ୍କା ଦେଖା ଦେଇଛି । କାଲିମେଳା-ମାଲକାନଗିରିକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।