ବାଲିଆପାଳରେ ବନ୍ୟା ! ସୁବର୍ଣ୍ଣରେଖାରେ ବଢି ଆଣିଲା ବର୍ଷା

25

କନକ ବ୍ୟୁରୋ : ବାଲିଆପାଳରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ଗାଲୁଡ଼ିହ ବ୍ୟାରେଜରୁ ନିଷ୍କାସିତ ହୋଇଥିବା ଜଳ ସୁବର୍ଣ୍ଣରେଖା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି । ଯାହାର ପ୍ରଭାବରେ ବାଲିଆପାଳରେ ବ୍ଲକର ଚାରୋଟି ପଂଚାୟତର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ୧୦ରୁ ଅଧିକ ଗାଁରେ ପାଣି ଘେରରେ । ବାଲିଆପାଳ ରାସ୍ତା ଉପରେ ଦୁଇରୁ ତିନି ଫୁଟ ବନ୍ୟା ଜଳ ପ୍ରବାହିତ ହୋଇଛି । ଯାତାୟତ ବାଧାପ୍ରାପ୍ତ ହେବା ସହ ଡ଼ଙ୍ଗା ଉପରେ ଭରଷା କରିଛନ୍ତ ଗାଁ ଲୋକ । ତଳମୁଣ୍ଡ ବାଲିଆପାଳରେ ବନ୍ୟା ପରିସ୍ଥିତି ବଢ଼ିବାରୁ ସ୍ଥାନୀୟ ଲୋକ ଆତଙ୍କିତ ଅବସ୍ଥାରେ ଅଛନ୍ତି ।