ସୁବର୍ଣ୍ଣରେଖାରେ ସଙ୍କଟ : ଉପରମୁଣ୍ଡରୁ ୩ଲକ୍ଷ କ୍ୟୁସେକ୍ ଜଳ ଛାଡ଼ିଲା ଝାଡ଼ଖଣ୍ଡ

34

କନକ ବ୍ୟୁରୋ : ସୁବର୍ଣ୍ଣରେଖାରେ ସଙ୍କଟ । ମାଡ଼ି ଆସୁଛି କୃତ୍ରିମ ବନ୍ୟା । ସୁବର୍ଣ୍ଣରେଖା ନଦୀର ଉପରମୁଣ୍ଡରୁ ଝାଡ଼ଖଣ୍ଡ ବନ୍ୟାଜଳ ନିଷ୍କାସନ କରିବା ଦ୍ୱାରା ବାଲେଶ୍ୱର ଏବଂ ମୟୁରଭଂଜ ଜିଲ୍ଲାରେ ବନ୍ୟା ସୃଷ୍ଟି ହେବା ଆଶଙ୍କା ଦେଖାଦେଇଛି । ଝାଡ଼ଖଣ୍ଡରୁ ଛଡ଼ା ଯାଇଥିବା ଏହି ବନ୍ୟାଜଳ ଆସନ୍ତାକାଲି ରାଜଘାଟରେ ପହଁଚିବ । ଯାହାଫଳରେ ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର, ଭୋଗରାଇ, ବସ୍ତା ଏବଂ ବାଲିଆଳ ବ୍ଲକରେ ବନ୍ୟା ହେବାର ଆଶଙ୍କା ସୃଷ୍ଟି ହୋଇଛି । ସେହିପରି ମୟୁରଭଂଜ ଜିଲ୍ଲାର ରାସଗୋବିନ୍ଦପୁର ବ୍ଲକରେ ମଧ୍ୟ ଅନୁରୁପ ଧରଣର ସ୍ଥିତି ସୃଷ୍ଟି ହେବା ଆଶଙ୍କା ପ୍ରକାଶ କରିଛନ୍ତି ଡେପୁଟି ରିଲିଫ କମିଶନର । ଏବେ ଏହି ସଂଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଦେଖନ୍ତୁ ଏହି ରିପୋର୍ଟ ।