ଗୁଜରାଟରେ ପ୍ରଳୟଙ୍କାରୀ ବନ୍ୟା ! ମୃତ୍ୟୁ ସଂଖ୍ୟା ୧୮୬କୁ ବୃଦ୍ଧି

46

କନକ ବ୍ୟୁରୋ : ଗୁଜୁରାଟରେ ସୃଷ୍ଟି ହୋଇଛି ପ୍ରଳୟଙ୍କରୀ ବନ୍ୟା ପରିସ୍ଥିତି । ଉତ୍ତର ଗୁଜୁରାଟର ବନସକଂଟ । ପଟାନ୍ ଜିଲ୍ଲାରେ ବନ୍ୟା ଯୋଗୁଁ ମୃତ୍ୟୁସଂଖ୍ୟା ୧୮୬କୁ ବୃଦ୍ଧି ପାଇଲାଣି । ଗତକାଲି ବନ୍ୟା ପାଣିରେ ଫସିି ରହିଥିବା ୧୭ ଜଣଙ୍କୁ ହେଲିକପ୍ଟର ମାଧ୍ୟମରେ ଉଦ୍ଧାର କରାଯାଇଥିବା ବେଳେ ବନସ ନଦୀରେ ଭାସିଯାଇଥିବା ୨୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ଗୁଜରାଟରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ବନ୍ୟା ସୂଚନା ପାଇଁ ୨୪ ଘଂଟିଆ କଂଟ୍ରୋଲ ରୁମ୍ ଖୋଲାଯାଇଛି । ରିଲିଫ ଓ ଉଦ୍ଧାର କାର୍ଯ୍ୟର ତଦାରଖ ପାଇଁ ନିଜେ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଆଗାମୀ ୫ ଦିନ ପାଇଁ କ୍ୟାଂପ କରିଛନ୍ତି । ଗୁଜୁରାଟରେ ଏହା ଚଳିତ ଶତାବ୍ଦୀର ସବୁଠାରୁ ଭୟଙ୍କର ବନ୍ୟା ବୋଲି କହିଛନ୍ତି ରୂପାନୀ ।