ପାଣିରେ ବଜାର,ମିଳୁଛି ବିଭିନ୍ନ ସାମଗ୍ରୀ । ଦେଶର ପ୍ରଥମ ଫ୍ଲୋଟିଂ ମାର୍କେଟରେ ଲାଗିଛି ଗ୍ରାହକଙ୍କ ଭିଡ

27
 କନକ ବ୍ୟୁରୋ : ପାଣିରେ ବଜାର । କୋଲକାତାରେ ଖୋଲିଛି ଦେଶର ପ୍ରଥମ ଫ୍ଲୋଟିଂ ମାର୍କେଟ୍ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଏହାକୁ ଉଦଘାଟନ କରିଥିବା ବେଳେ ଆରମ୍ଭ ହୋଇଛି ପାଣି ଉପରେ ବ୍ୟବସାୟ  । ବାଣିଜ୍ୟ ଉଦ୍ଦେଶ୍ୟରେ ବଜାରରେ ୧୧୫ଟି ଡଙ୍ଗା ରଖାଯାଇଛି  । ସମୁଦାୟ ୨୮୦ଟି ଦୋକାନ ଅଛି ଏହି ଭାସମାନ ବଜାରରେ  । ଏହି ମାର୍କେଟ ତିଆରି ପାଇଁ ପ୍ରାୟ ୧୦କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡ଼ିଛି  ।
ଏହା ଏସିଆର ୩ୟ ଭାସମାନ ବଜାର ହୋଇଥିବା ବେଳେ ଏହିଭଳି ବଜାର ପୁର୍ବରୁ ସିଂଗାପୁର ଓ ବ୍ୟାଙ୍କକରେ ରହିଛି  ।ଗ୍ରାହକ କିଣାକିଣି କରିବା ପାଇଁ ପାଦଚଲା ରାସ୍ତା ମଧ୍ୟ ତିଆରି କରାଯାଇଛି  । ଏହାକୁ ନେଇ ଉତ୍ସାହ ଦେଖିବାକୁ ମିଳିଛି  ।
ଥାଇଲାଣ୍ଡ ଭଲି ଦକ୍ଷିଣ କୋଲକାତାର ପାଟିଳି ହ୍ରଦରେ ବଜାର ସୃଷ୍ଟିକରାଯାଇଛି । ଏହି ବଜାରରେପନିପରିବା ମାଛ ଓ ମାଂସ  ସମସ୍ତ ସାମଗ୍ରୀ  ବିକ୍ରି ହେଉଛି ଉଦଘାଟନ ପରେ ରାଜ୍ୟ ସହରାଂଚଳ ମନ୍ତ୍ରୀ  ଫିରାଦ ହାକିମ ବଜାର ବୁଲିବା ସହ ଗୋଟିଏ ଦୋକାନରୁ କଦଳୀ କିଣିଥିଲେ ।