କେମିତି କରାଯିବ ସମ୍ଭାବ୍ୟ ବନ୍ୟାର ମୁକାବିଲା : ଅଧିକ ବର୍ଷାର ପୂର୍ବାନୁମାନ ପରେ ବୈଠକ ଡାକିଲେ ନବୀନ

22

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । କିଭଳି ଆଗାମୀ ଦିନରେ ବନ୍ୟା ଓ ବାତ୍ୟାକୁ ମୁକାବିଲା କରାଯିବ ସେନେଇ ବ୍ଲୁପ୍ରିଂଟ ପ୍ରସ୍ତୁତ କରାଯାଇଛି । ବାତ୍ୟା ଆଶ୍ରୟ ସ୍ଥଳୀରେ ଆଶ୍ରିତ ଥିବା ଲୋକଙ୍କୁ ୨୪୦୦ କ୍ୟାଲୋରୀ ଖାଦ୍ୟ ଯୋଗାଇ ଦିଆଯିବ । ଆଶ୍ରିତ ମହିଳାଙ୍କ ପାଇଁ ପୃଥକ ପୃଥକ ରୁମ ଯୋଗାଇ ଦିଆଯିବ ଏବଂ ମହିଳାଙ୍କ ପାଇଁ ଶୌଚାଳୟର ବ୍ୟବସ୍ଥା କରାଯିବ । ୬ଟି ଉପକୂଳବର୍ତୀ ଜିଲ୍ଲରେ ବନ୍ୟା ତଥା ବାତ୍ୟାର ପୂର୍ବାନୁମାନର ସୂଚନା ପାଇଁ ୬୫ କୋଟି ଟଙ୍କା ବ୍ୟୟରେ ସାମଗ୍ରୀ କିଣା ପାଇଁ ବ୍ୟୟବରାଦ ହୋଇଛି । ୧୨୨ଟି ହାଇ ଆଲାରାମ ସାଇରନ ୬ଟି ଜିଲ୍ଲାର ସଦରମହକୁମା ସହ ୨୨ଟି ବ୍ଲକରେ ଲଗାଯିବ । ତାହାକୁ ସିଧାସଳଖ ଏସଆରସି ପକ୍ଷରୁ ନିୟନ୍ତ୍ରଣ କରାଯିବ ବୋଲି ଏସ୍ଆରସି ପ୍ରଦୀପ୍ତ ମହାପାତ୍ର କହିଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବୈଠକ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିଲା । ବୈଠକରେ କୃଷିମନ୍ତ୍ରୀ, ଅର୍ଥମନ୍ତ୍ରୀ , ରାଜସ୍ୱ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ବିଭାଗୀୟ ସଚିବ ଓ ଡିଜିପି ଉପସ୍ଥିତ ଥିଲେ ।