ରାଜଧାନୀରେ ଘନ କୁହୁଡି : ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ବିମାନ ଚଳାଚଳ ବାଧାପ୍ରାପ୍ତ

43

କନକ ବ୍ୟୁରୋ : ରାଜଧାନୀରେ ଘନ କୁହୁଡି । ଆଜି ଶୀତ କମ ଥିବା ବେଳେ ପ୍ରବଳ କୁହୁଡି ହୋଇଛି । ଫଳରେ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ବିମାନ ବନ୍ଦରରୁ ବିମାନ ଉଡାଣରେ ବିଳମ୍ବ ହୋଇଛି । ଦିଲ୍ଲୀ ଓ କୋଲକାତା ଅଭିମୁଖେ ଉଡାଣ କରିବାକୁ ଥିବା ଇଣ୍ଡିଗୋ ବିମାନ ନିର୍ଦ୍ଧାରିତ ସମୟରେ ଉଡାଣ କରିପାରିନାହିଁ । ସେପଟେ ଦିଲ୍ଲୀରେ ବି ଘନ କୁହୁଡି ଯୋଗୁଁ ବିମାନ ଉଡାଣରେ ବିିଳମ୍ବ ହୋଇଛି ।

ଦାରିଙ୍ଗବାଡୀରେ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି । ଦାରିଙ୍ଗବାଡୀରେ ୮.୦ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ସର୍ବାଧିକ ତାପମାତ୍ରା ୧୮.୫ ପୁରୀରେ ରେକର୍ଡ କରାଯାଇଛି । ସେହିଭଳି ଭବାନୀପାଟନାରେ ୯.୫ , ଭୁବନେଶ୍ୱରରେ ୧୮.୨ ଓ କଟକରେ ୧୭.୫ ତାପମାତ୍ରା ରେକର୍ଡ କରାଯାଉଛି  ।