ଫ୍ଲିପକାର୍ଟ ଆଣୁଛି ୩ଟି କ୍ୟାମେରାଯୁକ୍ତ ସ୍ମାର୍ଟଫୋନ୍ ! ଜବରଦସ୍ତ ବ୍ୟାଟେରୀ ବ୍ୟାକ ଅପ ସହ ରହିଛି ଅନେକ ଫିଚର, ଜାଣନ୍ତୁ ଏହାର ବଜାର ମୂଲ୍ୟ

40

ଭାରତୀୟ ଅନଲାଇନ୍ ୱେବସାଇଟ୍ ଫ୍ଲିପକାର୍ଟ ଘରେ ଘରେ ବେଶ ଲୋକପ୍ରିୟ । ଏହି ୱେବସାଇଟ୍ ଉପରେ ସମସ୍ତଙ୍କ ବିଶ୍ୱାସ ରହିଛି । ଭଲ ଜିନିଷ ସହ ସଠିକ ସମୟରେ ଜିନିଷ ପହଞ୍ଚାଉ ଥିବାରୁ ଲୋକଙ୍କ ନିକଟରେ ଆସ୍ଥାଭାଜନ ହୋଇପାରିଛି ଫ୍ଲିପକାର୍ଟ । ତେବେ ନିଜର ଅନଲାଇନ୍ ସାଇଟ୍ ବ୍ୟତୀତ ଫ୍ଲିପକାର୍ଟ ଏବେ ନିଜର ସ୍ମାର୍ଟଫୋନ୍ ଆଣିବା ପାଇଁ ପ୍ରସ୍ତୁତି କରୁଛି । ଏହି ଫୋନର ନାମ ହେଲା ବିଲିୟନ୍ କ୍ୟାପଚର୍ ପ୍ଲସ୍ । ୧୫ ନଭେମ୍ବରରେ ଲଂଚ ହେବ ଫୋନ୍ । କମ୍ପାନୀ ଲଂଚ ପୂର୍ବରୁ ଏହି ଫୋନର ଫିଚର ଓ ମୂଲ୍ୟ ବିଷୟରେ କିଛି ବିଶେଷ ସୂଚନା ଦେଇଛି । କମନ୍ନୀ ଏହି ଫୋନକୁ ମେଡ଼୍ ଫର ଇଣ୍ଡିଆ କହିଛି ।

ଆସନ୍ତୁ ଜାଣିବା ଏହି ଫୋନର ଫିଚର ସମ୍ମନ୍ଧରେ –
ଏହି ଫୋନରେ ୫.୫ ଇଂଚର ଫୁଲ ଏଚଡ଼ି ଡିସପ୍ଲେ ରହିଛି । ଡିସପ୍ଲେର ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ଗ୍ଲାସ୍ ଲଗାଯାଇଛି । ଫୋନରେ କ୍ୱାଲକୋମ ସ୍ନାପଡ୍ରାଗନ ୫୨୫ ପ୍ରୋସେସର ଦିଆଯାଇଛି । ଏହି ଫୋନ ଦୁଇଟି ଭିନ୍ନ ରୂପରେ ଉପଲବ୍ଧ ହେବ । ଏକ ପ୍ରକାରରେ ୩ ଜିବି ରାମ ସହ ୩୨ ଜିବି ଇନଟରନାଲ ମେମୋରୀ ମିଳିବ । ଅନ୍ୟଟିରେ ୪ ଜିବି ରାମ ସହ ୬୪ ଜିବି ଇନଟରନାଲ ମେମୋରୀ ରହିବ । ସୂଚନା ଅନୁସାରେ ୩ଜିବି ରାମ ଥିବା ଫୋନର ମୂଲ୍ୟ ୧୦,୯୯୯ ରହିଛିି ଓ ୪ଜିବି ରାମ ଥିବା ଫୋନର ମୂଲ୍ୟ ରହିଛି ୧୨,୯୯୯ ।

ଫୋନର କ୍ୟାମେରା ବିଷୟରେ ଆଲୋଚନା କରିବା –
ବିଲିୟନ୍ କ୍ୟାପଚର୍ ପ୍ଲସରେ ଫଟୋଗ୍ରାଫି ପାଇଁ ୧୩ଏମପି+୧୩ଏମପି ଡୁଆଲ ରିୟର କ୍ୟାମେରା ସେଟଅପ୍ ଦିଆଯାଇଛି । କମ୍ପାନୀ ଦାବି କରିଛି ଏଥିରେ ସୁପର ନାଇଟ୍ ମୋଡ୍ ଦିଆଯାଇଛି ଯେଉଁଠି କମ ଆଲୋକରେ ମଧ୍ୟ ଭଲ ଫଟୋ ଉଠିବ । ଏହା ବ୍ୟତୀତ ଫୋନରେ ଭିଡ଼ିଓ କଲିଂ ଓ ସେଲ୍ଫି ପାଇଁ ୮ ମେଗାପିକ୍ସେଲର ରିୟର କ୍ୟାମେରା ଦିଆଯାଇଛି ।

ସୌଜନ୍ୟ- ଜନସତ୍ତା