ଫ୍ଲିପକାର୍ଟରେ ‘ଦ ବିଗ୍ ବିଲିୟନ୍ ଡ଼େ’ ସେଲ୍ ! ସ୍ମାର୍ଟଫୋନ୍ ଉପରେ ଭାରି ରିହାତି, ୭୦୦୦ରୁ କମରେ ମିଳିବ ସ୍ମାର୍ଟଫୋନ୍

19

ପ୍ରତି ବର୍ଷ ପରି ଏବର୍ଷ ମଧ୍ୟ ଅନଲାଇନ୍ ସପିଂ ୱେବସାଇଟ୍ ଫ୍ଲିପକାର୍ଟରେ ବିଗ୍ ବିଲିୟନ ଡେ ସେଲ ଆଉ କିଛି ଦିନ ପରେ ଆରମ୍ଭ ହୋଇଯିବ । ଏହି ସେଲ ୨୦ ଡିସେମ୍ବରରୁ ୨୪ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ । ଏହି ସେଲ ମସୟରେ ବୈଦୁତିକ ଉପକରଣ ଠାରୁ ଆରମ୍ଭ କରି ଘରକରଣା ଜିନିଷ ଅଫର ସହ ବିକ୍ରୀ ହେବ । ସମସ୍ତ କାଟାଗୋରୀ ପାଇଁ ଅଲଗା ଅଲଗା ଦିନ ଦିଆଯାଇଛି । ସ୍ମାର୍ଟଫୋନ ପାଇଁ ୨୧ ଡିସେମ୍ବର । ଏଥିରେ ଅଲଗା ଅଲଗା ବ୍ରାଣ୍ଡର ସ୍ମାର୍ଟଫୋନ ବିକ୍ରୀ ହେବ । ମୋଟୋ, ସାସସଙ୍ଗ୍, ଜୋଲୋ, ସ୍ୱାଇପ୍, ଆସସ୍ ,ମାଇକ୍ରୋମାମ୍ସ, ଆଇଭୂମୀ ଓ ଶାନସ୍ୱି ପରି କମ୍ପାନୀ ୭ ହଜାର ଠାରୁ କମ ମୂଲ୍ୟର ସ୍ମାର୍ଟଫୋନ ଉପରେ ରିହାତି ଅଫର ଦେବ ।

୭୦୦ ଟଙ୍କାରୁ କମ ମୂଲ୍ୟରେ ଉପଲବ୍ଧ ହେବ ସ୍ମାର୍ଟଫୋନ୍ –

ସ୍ମାର୍ଟଫୋନ୍ ଇନଫିକିନିକ୍ସ ହଟ୍ ୪ ପ୍ରୋରେ ୧୦୦୦ ଟଙ୍କାର ରିହାତି ମିଳିବ । ଯାହାଦ୍ୱାରା ୬,୪୯୯ ଟଙ୍କାରେ ଏହି ଫୋନକୁ କିଣାଯାଇପାରିବ । ୬,୪୯୯ ଟଙ୍କାର ପାନାସୋନିକ ପି ୮୫ ସ୍ମାର୍ଟଫୋନ୍ ସେଲ ସମୟରେ ୪,୯୯୯ ମୂଲ୍ୟରେ ମିଳିବ । ସ୍ୱାଇପ୍ ଇଲାଇଟ୍ ସେନ୍ସର ପ୍ରକୃତ ମୂଲ୍ୟ ୭,୪୯୯୯ ଯାହା ଏହି ସେଲ ସମୟରେ ୫,୯୯୯ ଟଙ୍କାରେ ଉପଲବ୍ଧ ହେବ । ୪,୯୯୯ ଟଙ୍କାର ଜୋଲା ୱାନଏକ୍ସ ସେଲ ସମୟରେ ମାତ୍ର ୩,୯୯୯ ଟଙ୍କାରେ କିଣିପାରିବେ । ୫,୯୯୯ ଟଙ୍କାରେ ୟୁନିକ ୨ରେ ୫୦୦ ଟଙ୍କାର ରିହାତି ମିଳିବ । ସେହିପରି ସାମସଙ୍ଗ୍ ସ୍ମାର୍ଟଫୋନରେ ମଧ୍ୟ ୭୦୦୦ ଟଙ୍କାରୁ କମ ମୂଲ୍ୟରେ ସ୍ମାର୍ଟଫୋନ୍ ବିକ୍ରୀ କରିବ । ସାମସଙ୍ଗ୍ ଗାଲାକ୍ସି ଅନ୫, ଅନ୭, ଜେ୩ ପ୍ରୋ ସ୍ମାର୍ଟେଫୋନ୍ ୭୦୦୦ ଟଙ୍କାରୁ କମ ମୂଲ୍ୟର ଏହି ସେଲ ସମୟରେ ମିଳିବ । ସେଲ ସମୟରେ ମୂଲ୍ୟ କମ୍ ହେବା ସହ ସ୍ମାର୍ଟଫୋନ୍ କିଣି ଏସବିଆଇ କ୍ରେଡ଼ିଟ୍ କାର୍ଡ଼ରେ ମୂଲ୍ୟ ପଇଠ କଲେ ୧୦ ପ୍ରତିଶତ ରିହାତି ଅଧିକ ମଳିବ । ଏହାସହ କିଛି ବଛା ବଛା ମଡ଼େଲ ସହ ଏକ୍ସଚେଞ୍ଜ ଅଫର ମଧ୍ୟ ରହିଛି ।