୭୦ ହଜାର ଟଙ୍କାର ସ୍ମାର୍ଟଫୋନ ପାଇପାରିବେ ମାତ୍ର ୧୦,୯୯୯ ଟଙ୍କାରେ ! ଫ୍ଲିପକାର୍ଟ ଆଣିଲା ବଡ ଅଫର ।

53

ଯଦି ନିକଟରେ ଆପଣ ମୋବାଇଲ କିଣିବାର କୌଣସି ଯୋଜନା କରୁଛନ୍ତି ତେବେ ଏହି ଖବର ଆପଣଙ୍କ ଅତ୍ୟନ୍ତ ଲାଭଦାୟକ ହେବ । ଫିଲ୍ପକାର୍ଟ ଆପଣଙ୍କ ପାଇଁ ଆଣିଛି ଏକ ବଡ ଅଫର । ଫିଲ୍ପକାର୍ଟର ସୁପର ଭେଲ୍ୟୁ ସପ୍ତାହ ଆରମ୍ଭ ହୋଇଯାଇଛି । ଏହି ଅଫର ଆଜିଠାରୁ ଅର୍ଥାତ ଜୁନ ୧୮ ତାରିଖରୁ ଆରମ୍ଭ ହୋଇ ଜୁନ ୨୪ ତାରିଖ ଯାଏଁ ରହିବ । ଏଥି ମଧ୍ୟରେ ଗ୍ରାହକମାନେ ଏହି ପୁରା ସପ୍ତାହରେ ସ୍ମାର୍ଟଫୋନ ଉପରେ ଅନେକ ଅଫର୍ସର ଫାଇଦା ଉଠାଇପାରିବେ । ଏହି ସେଲରେ ସବୁଠାରୁ ଖାସ ଅଫର ଗୁଗୁଲ ପିକ୍ସେଲ ୨ର ୧୨୮ ଜିବି ଭେରିଏଣ୍ଟ ଉପରେ ରହିଛି । ୭୦ ହଜାର ଟଙ୍କା ମୂଲ୍ୟ ଥିବା ଏହି ସ୍ମାର୍ଟଫୋନକୁ ଗ୍ରାହକମାନେ ମାତ୍ର ୧୦,୯୯୯ ଟଙ୍କାରେ ନିଜର କରିପାରିବେ ।

କେବଳ ଗୁଗୁଲ ପିକ୍ସେଲ ନୁହେଁ ଗ୍ରାହକମାନେ ମୋଟୋ ଏକ୍ସ ୪କୁ ମଧ୍ୟ ୨୨,୯୯୯ ଟଙ୍କା ପରିବର୍ତ୍ତେ ମାତ୍ର ୬,୯୯୯ ଟଙ୍କାରେ ନିଜର କରିପାରିବେ । କିନ୍ତୁ ଏଥିପାଇଁ କମ୍ପାନୀ ପକ୍ଷରୁ କେତେକ ସର୍ତ ମଧ୍ୟ ରଖାଯାଇଛି । ଗୁଗୁଲ ପିକ୍ସେଲ ୨ର ୧୨୮ଜିବି ମୋବାଇଲର ମୂଲ୍ୟ ୭୦,୦୦୦ ଟଙ୍କା ରହିଛି । ଏଥିରେ ୯,୦୦୧ ଟଙ୍କାର ଫ୍ଲାଟ ଡିସକାଉଣ୍ଟ ଦିଆଯାଉଛି । ଏହା ସହ ଏଥିରେ ଏଚଡିଏଫସି ବ୍ୟାଙ୍କ କାର୍ଡରେ କିଛି ସର୍ତ ସହ ୮,୦୦୦ ଟଙ୍କାର କ୍ୟାସବ୍ୟାକ ଦିଆଯିବ ।

ଯଦି ଆପଣ ୮ ମାସରେ ଏହି ଫୋନକୁ ପୁଣିଥରେ ଫ୍ଲିପକାର୍ଟରେ ଏକ୍ସଚେଞ୍ଜ କରିବେ ତେବେ ଅଫର ମାଧ୍ୟମରେ ଆପଣ ୪୨,୦୦୦ ଟଙ୍କା ଫେରିପାଇବେ । ଏହି ହିସାବରେ ଏହି ସ୍ମାର୍ଟଫୋନଟି ଆପଣଙ୍କୁ ମାତ୍ର ୧୦,୯୯୯ ଟଙ୍କାରେ ମିଳିବ । ଅର୍ଥାତ ଆପଣ ଏହି ଫୋନକୁ ୮ ମାସ ପାଇଁ କେବଳ ୧୦,୯୯୯ ଟଙ୍କାରେ ନିଜ ପାଖରେ ରଖିପାରିବେ ।