ବିମାନରେ ମିଳିବ ୱାଇଫାଇ ସେବା

23

କନକ ବ୍ୟୁରୋ : ବିମାନରେ ଯାତ୍ରୀଙ୍କୁ ୱାଇଫାଇ୍ ବ୍ୟବହାର କରିବା ପାଇଁ ଅନୁମତି ଦେଇପାରନ୍ତି ସରକାର । ଭାରତୀୟ ଏୟାରସ୍ପେସ ମଧ୍ୟରେ ୱାଇଫାଇ ବ୍ୟବହାର ପାଇଁ ଅନୁମତି ମିଳିପାରେ । ଆସନ୍ତା ୧୦ଦିନ ମଧ୍ୟରେ ଖୁସି ଖବର ମିଳିବ ବୋଲି ସିଭିଲ୍ ଏଭିଏସନ ସେକ୍ରେଟାରୀ ଆର୍.ଏନ୍ ଚୌବେ କହିଛନ୍ତି । ବିମାନ ମଧ୍ୟରେ ୱାଇ ଫାଇ ବ୍ୟବହାର କଲେ ଡାଟା ଓ ଭଏସ ଉପରେ ନଜର ରଖାଯାଇପାରିବ । ଏହାସହ ଆବଶ୍ୟକ ପଡିଲେ ଗୁଇନ୍ଦା ସଂସ୍ଥା ଏହାକୁ ଟ୍ରାକ୍ ମଧ୍ୟ କରିପାରିବେ । ଯଦି ୱାଇଫାଇ ବ୍ୟବହାର କରିବା ପାଇଁ ଅନୁମତି ମିଳେ ତେବେ ଆଶା କରାଯାଉଛି ବିମାନରୁ ଫୋନ୍ କରିବା ପାଇଁ ମଧ୍ୟ ଅନୁମତି ମିଳିପାରେ ବୋଲି ସିଭିଲ୍ ଏଭିଏସନ ସେକ୍ରେଟେରୀ କହିଛନ୍ତି ।