ତିତଲି ପାଇଁ ଟ୍ରେନ୍ ପରେ ଭୁବନେଶ୍ୱରରୁ ବିମାନ ସେବା ବାତିଲ ! ସେପଟେ ଗ୍ରୁଫ୍-ଡି ପରୀକ୍ଷାକୁ କରାଯାଇଛି ବାତିଲ୍ ।

44

ବାତ୍ୟା ତିତଲି ଯୋଗୁଁ ବୁଧବାର ପୂର୍ବତଟ ରେଳପଥ ପକ୍ଷରୁ କିଛି ଟ୍ରେନକୁ ବାତିଲ କରି ଦିଆଯିବା ପରେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବିମାନ ଉଡାଣ ସେବାକୁ ମଧ୍ୟ ବାତିଲ କରି ଦିଆଯାଇଛି। ମିଳିଥିବା ସୂଚନା ଅନୁସାରେ ଇଣ୍ଡିଗୋ ଭୁବନେଶ୍ୱର ଠାରୁ ନୂଆଦିଲ୍ଲୀ, ଭୁବନେଶ୍ୱର-କୋଲକାତା, ଭୁବନେଶ୍ୱର-ବେଙ୍ଗାଲୁରୁ ଓ ଭୁବନେଶ୍ୱର-ମୁମ୍ବାଇ ବିମାନ ଚଳାଇବା ବନ୍ଦ କରିଛି ।

ସୂଚନା ଅନୁଯାୟୀ, ବାତ୍ୟାକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କେନ୍ଦ୍ରୀୟ ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା କରିବାକୁ ଯାଉଛନ୍ତି। ସେହିଭଳି ଏନଡିଆରଏଫ ପକ୍ଷରୁ ମଧ୍ୟ ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ସେହିପରି ପୂର୍ବତଟ ରେଳପଥ ପକ୍ଷରୁ କିଛି ଟ୍ରେନକୁ ବାତିଲ କରି ଦିଆଯାଇଛି । ଗ୍ରାହକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ହେଲ୍ପଲାଇନ୍ ଜାରି କରି ଦିଆଯାଇଛି । ଗ୍ରାହକମାନେ ହେଲ୍ପଲାଇନ୍ ନମ୍ବର ୮୪୫୫୮୮୫୯୩୬, ୦୬୭୪-୨୩୦୧୫୨୫, ୨୩୦୧୬୨୫ରେ କଲ୍ କରିପାରିବେ। ଏହା ସହିତ ଭାରତୀୟ ରେଳବାଇ ଗ୍ରୁପ-ଡି ପରୀକ୍ଷା ବାତିଲ କରିଛି । ଆସନ୍ତା ୨ ଦିନ ଭିତରେ ଗ୍ରୁପ-ଡି ପରୀକ୍ଷା ହେବ ନାହିଁ। ଭୁବନେଶ୍ୱର, ବ୍ରହ୍ମପୁର, କଟକ, ଖୋର୍ଦ୍ଧା, ଢ଼େଙ୍କାନାଳ, ସମ୍ବଲପୁରରେ ଥିବା ସେଣ୍ଟରରେ ଏହି ପରୀକ୍ଷା ହେବ ନାହିଁ।