ଖରାପ ପାଗ ଯୋଗୁଁ ୨ଟି ବିମାନର ଦିଗ ପରିବର୍ତନ

32

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ :ପାଗ ଖରାପ ଯୋଗୁଁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିପାରିଲା ନାହିଁ ୨ ଟି ବିମାନ । ଧୂଳିଝଡ ଓ ବର୍ଷା ଯୋଗୁଁ  ଭୂବନେଶ୍ୱର ବିମାନବନ୍ଦରରେ ଅବତରଣ ହେବାକୁ ଥିବା ଏୟାର ଇଣ୍ଡିଆ ଓ ଇଣ୍ଡୋଗୋ ର ୨ଟି ବିମାନର ରୁଟ୍ ପରିବର୍ତନ କରାଯାଇଛି । ଲ୍ୟାଣ୍ଡିଂରେ ସମସ୍ୟା ଯୋଗୁଁ ବାରଣାସୀରୁ ଭୁବନେଶ୍ୱର ଆସୁଥିବା ଏୟାରଇଣ୍ଡିଆ ବିମାନ ଓ ବାଙ୍ଗଲୋରରୁ ଭୁବେନଶ୍ୱର ଆସୁଥିବା ଇଣ୍ଡିଗୋ  ବିମାନ ଦିଗ ପରିବର୍ତନ କରି କୋଲକତା ଯାଇଛି । ତେବେ ଏଥିରେ ବିମାନ ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି ।