ବିଜେପି ଅଧ୍ୟକ୍ଷ ଅମିତ ଶାହା ତ୍ରିରଙ୍ଗା ଉଡାଇବା ବେଳେ ଘଟିଲା ଅଘଟଣ ! ଖସିପଡିଲା ତ୍ରିରଙ୍ଗା, କଂଗ୍ରେସ କହିଲା କେମିତି ସମ୍ଭାଳିବେ ଦେଶ ?
ସାରା ଦେଶ ଆଜି ପାଳନ କରୁଛି ୭୨ତମ ସ୍ୱାଧୀନତା ଦିବସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳେ ଲାଲକିଲ୍ଲା ଠାରେ ତ୍ରିରଙ୍ଗା ଉଡାଇବା ସହ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ଅମିତ ଶାହା ମଧ୍ୟ ପାର୍ଟି କାର୍ଯ୍ୟାଳୟରେ ତ୍ରିରଙ୍ଗା ଉଡାଇଛନ୍ତି । କିନ୍ତୁ ସେତେବେଳେ କିଛି ଏପରି ଘଟଣା ଘଟିଥିଲା ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତ୍ରିରଙ୍ଗା ଉଡାଇବା ପାଇଁ ଯେତେବେଳେ ଅମିତ ଶାହା ରଶି ଟାଣୁଥିଲେ, ସେତେବେଳେ ତ୍ରିରଙ୍ଗା ପତାକା ତଳକୁ ଖସି ଆସିଥିଲା । ଏବେ କଂଗ୍ରେସ ଏହି ଘଟଣାର ଏକ ଭିଡିଓ ଜାରି କରି ଅମିତ ଶାହାଙ୍କୁ ଟାର୍ଗେଟ କରିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଅମିତ ଶାହାଙ୍କ ଭିଡିଓକୁ ଟ୍ୱିଟ କରିବା ସହ କଂଗ୍ରେସ ଲେଖିଛି ଯେ, ଯିଏ ଦେଶର ପତାକାକୁ ସମ୍ଭାଳିପାରୁନାହାନ୍ତି, ସିଏ ଦେଶ କଣ ସମ୍ଭାଳିବେ । ଏହା ପୋଷ୍ଟ କରିବା ସହ କଂଗ୍ରେସ ଏକ ଭିଡିଓ ମଧ୍ୟ ଜାରି କରିଛି । ସୂଚନା ଅନୁଯାୟୀ, ସ୍ୱାଧୀନତା ଦିବସରେ ଅନେକ ପାର୍ଟିର ପ୍ରମୁଖ, ନେତା, କେନ୍ଦ୍ରୀମନ୍ତ୍ରୀ ନିଜ ଘରେ, ପାର୍ଟି କାର୍ଯ୍ୟାଳୟରେ ତ୍ରିରଙ୍ଗା ପତାକା ଉଡାଇଥାନ୍ତି । ଗୃହମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଆଜି ସକାଳେ ନିଜ ଘରେ ତ୍ରିରଙ୍ଗା ଉଡାଇଥିଲେ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ କଂଗ୍ରେସ ପାର୍ଟି ଅଫିସରେ ତ୍ରିରଙ୍ଗା ଉଡାଇଥିଲେ ।